ନୂଆଦିଲ୍ଲୀ: ଭାରତରେ ଜାରି ରହିଛି ମହାମାରୀ କୋରୋନା ଦ୍ବିତୀୟ ଲହରୀର ପ୍ରକୋପ । ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏପଟେ କୋରୋନାର ନୂଆ ରୂପକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ । ଏହି ମଧ୍ୟରେ ଦେଶରେ ତୃତୀୟ ଲହରୀ ଆସିବା ନେଇ ଦେଖାଦେଇଛି ଆଶଙ୍କା ।
ଦ୍ବିତୀୟ ପରେ ଭାରତରେ କୋରୋନାର ତୃତୀୟ ଲହରୀ ଆସିପାରେ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା । ଦେଶରେ କୋରୋନାର ତୃତୀୟ ଲହରୀ ନିଶ୍ଚିତ ଆସିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି ।
କୋରୋନାର ବେକାବୁ ଗତି ଓ ଦୈନିକ ସାଢେ 3 ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମଣ ସାମ୍ନାକୁ ଆସୁଥିବାରୁ ଦେଶରେ ଭୟାବହ ସ୍ଥିତି ରହିଛି । ଏହାରି ମଧ୍ୟରେ ବୁଧବାବର କୋରୋନାର ତୃତୀୟ ଲହରୀର ଚେତାବନୀ ଦିଆଯାଇଛି ।