ETV Bharat / bharat

India Corona: ଦିନକରେ 38,729 ନୂଆ ଆକ୍ରାନ୍ତ ଚିହ୍ନଟ, 624 ମୃତ - କୋରୋନା ମୃତକ ସଂଖ୍ୟା

ଗତ 24 ଘଣ୍ଟା ମଧ୍ୟରେ ଦଶରୁ ମୋଟ 38 ହଜାର 729 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 624 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଦିନକରେ 38,729 ନୂଆ ଆକ୍ରାନ୍ତ ଚିହ୍ନଟ, 624 ମୃତ

author img

By

Published : Jul 14, 2021, 10:54 AM IST

ନୂଆଦିଲ୍ଲୀ: ପୁଣି ବଢିଲା ସଂକ୍ରମଣ ସଂଖ୍ୟା । ଗତକାଲି(ମଙ୍ଗଳବାର) ଅପେକ୍ଷା ଆଜି ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 38 ହଜାର 729 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲିର କେସ୍ ଅପେକ୍ଷା 8 ହଜାର ଅଧିକ । ଏଥିସହ ମହାମାରୀ କବଳରେ 624 ଜଣଙ୍କ ପ୍ରାଣହାନୀ ଘଟିଛି ।

  • " class="align-text-top noRightClick twitterSection" data="">

କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନୂଆ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 9 ଲକ୍ଷ 46 ହଜାର 74ରେ ପହଞ୍ଚିଛି । ସେହିପରି 41 ହଜାର ସୁସ୍ଥଙ୍କୁ ମିଶାଇ ଦେଶରେ ମୋଟ 3 କୋଟି 1 ଲକ୍ଷ 4 ହଜାର 720 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା 4 ଲକ୍ଷ 11 ହଜାର 408ରେ ପହଞ୍ଚିଛି । ଅନ୍ୟପଟେ 4 ଲକ୍ଷ 29 ହଜାର 946 କୋରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଦେଶରେ ମୋଟ 38 କୋଟି 76 ଲକ୍ଷ 97 ହଜାର 935 ଜଣଙ୍କୁ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.