ETV Bharat / bharat

ମାଟିରେ ମିଶିଲା ଟ୍ବିନ୍‌ ଟାୱର୍ସ, ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ

author img

By

Published : Aug 28, 2022, 3:48 PM IST

ମାଟିରେ ମିଶିଲା ନୋଏଡ଼ାର ସୁପରଟେକ୍‌ ଟ୍ବିନ୍‌ ଟାୱାର୍ସ Supertech twin towers । ଏଥିପାଇଁ ୩୭୦୦ କେଜି ବିସ୍ଫୋରକ ବ୍ୟବହାର ହୋଇଥିଲା । ଟ୍ବିନ୍‌ ଟାୱାର୍ସରେ ବିସ୍ଫୋରଣରେ ସାରା ଅଞ୍ଚଳ ଥରି ଉଠିଥିଲା । ଅଧିକ ପଢ଼ନ୍ତୁ

କ୍ଷଣିକରେ ମାଟିରେ ମିଶିଲା ଟ୍ବିନ୍‌ ଟାୱର୍ସ, ବିସ୍ଫୋରଣ ପାଇଁ ବ୍ୟବାହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ

ନୂଆଦିଲ୍ଲୀ: ମାତ୍ର ୯ ସେକଣ୍ଡ ମଧ୍ୟରେ ମାଟିରେ ମିଶିଲା ନୋଏଡ଼ାର ସୁପରଟେକ୍‌ ଟ୍ବିନ୍‌ ଟାୱର୍ସ (Supertech twin towers)। ଦୀର୍ଘ ୯ ବର୍ଷର ନ୍ୟାୟିକ ପ୍ରକ୍ରିୟାର ନିଷ୍କର୍ସରେ ଏହି ସୁଉଚ୍ଚ ଅଟ୍ଟାଳିକାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ(Supertech twin towers demolition) । ଏଥିପାଇଁ ୩୭୦୦ କେଜି ବିସ୍ଫୋରକ ବ୍ୟବହାର ହୋଇଥିଲା । ଟ୍ବିନ୍‌ ଟାୱାର୍ସରେ ବିସ୍ଫୋରଣରେ ସାରା ଅଞ୍ଚଳ ଥରି ଉଠିଥିଲା ।

୩୨ ଓ ୨୯ ତଳ ବିଶିଷ୍ଟ ଟ୍ବିନ୍‌ ଟାୱାର୍ସ ଦିଲ୍ଲୀସ୍ଥିତ କୁତବମିନାରଠାରୁ ଉଚ୍ଚ ଥିଲା । ଏହାର ଉଚ୍ଚତା ୧୦୦ ମିଟର ରହିଥିଲା । ଭାରତରେ ପ୍ରଥମ ଥର ପାଇଁ ଏଭଳି ଏକ ବୃହତମ ଅଟ୍ଟାଳିକାକୁ ଯୋଜନାବଦ୍ଧ ଭାବେ ସଂପୂର୍ଣ୍ଣ ବ୍ୟବସ୍ଥିତ ଭାବେ ଖସାଯାଇଛି । ବିଲ୍ଡିଂଟି ଭାଙ୍ଗିବା ପରେ ନୋଏଡ଼ା ଧୂଳିମୟ ହୋଇ ଉଠିଥିଲା । ୱାଟର କେନନ ପ୍ରକ୍ରିୟାରେ ଏହି ବିଲ୍ଡିଂ ଖସାଇବାକୁ ଯୋଜନା କରାଯାଇଥିଲା । ବ୍ଲାଷ୍ଟିଂ ବେଳେ କମ୍ପନ କମ୍‌ କରିବାକୁ ଇମ୍ପାକ୍ଟ କୁଶନ ଡିଜାଇନ କରାଯାଇଛି ।

ଏହା ବି ପଢ଼ନ୍ତୁ ଦୁର୍ନୀତିର ମହଙ୍ଗା ଫଳ ଦେଖିଲା ବିଶ୍ବ, ମାଟିରେ ମିଶିଲା ଟ୍ବିନ ଟାୱାର

ଭାରତୀୟ ବଂଶୋଦ୍ଭୋବ ଚତନ ଦତ୍ତ ଟ୍ବିନ୍‌ ଟାୱାର୍ସ ବିସ୍ଫୋରଣ ପାଇଁ ବଟନ ଦବାଇଥିଲେ । ଏହାପରେ ଆଖି ପିଛୁଳାକେ ଧୂଳିଶାତ୍‌ ହୋଇ ଉଠିଥିଲା ଟ୍ବିନ୍‌ ଟାୱାର୍ସ । ଏହାପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚୁର ଧୂଳିକଣା ନିର୍ଗତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ୬ଟି ସ୍ପେଶାଲ ଡଷ୍ଟ ମେସିନ ଲଗାଯାଇଛି । ସେହିଭଳି କମ୍ପନକୁ ନିୟନ୍ତ୍ରଣ କରିବା ପାଇଁ ନୋଏଡ଼ାର ୯୩Aରେ ଟ୍ବିନ୍‌ ଟାୱାରକୁ ମାଟିରେ ମିଶାଇବା ପୂର୍ବରୁ ସ୍ଥାନୀୟ ଆପାର୍ଟମେଣ୍ଟରେ ଥିବା ଲୋକଙ୍କୁ ଘର ଖାଲି କରିବାକୁ କୁହାଯାଇଥିଲା ।

ଏହି କ୍ରମରେ ସ୍ଥାନୀୟ ହସ୍ପିଟାଲ୍‌ ଗୁଡ଼ିକରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ସମସ୍ତ ବ୍ୟବସ୍ଥା କରାଯାଇଥିଲା । ରୋଗୀଙ୍କୁ ଧୂଳିଜନିତ କୌଣସି ସମସ୍ୟା ହେଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ପ୍ରସ୍ତୁତ ହୋଇ ରହିଛନ୍ତି । ଡାଇନୋମ ମାଧ୍ୟମରେ କରେଣ୍ଟ ଉତ୍ପନ୍ନ କରାଯାଇ ଏହି ବ୍ଳାଷ୍ଟ କରାଯାଇଛି । ବ୍ଲାଷ୍ଟ୍‌ ବଟନ ଦବାଇବା କ୍ଷଣି ବିଲ୍ଡିଂରେ ଖଞ୍ଜା ଯାଇଥିବା ୩୭୦୦ କେଜିର ଡେଟୋନେଟର ତାର କମାଲ ଦେଖାଇଛି । ସମସ୍ତ ଅଧିକାରୀ ବିଲ୍ଡିଂଠାରୁ ଅତିକମ୍‌ରେ ୫୦ରୁ ୭୦ ମିଟର ଦୂରରେ ରହିଥିଲେ । ଦୀର୍ଘଦିନ ଧରି ଏହି ଅଟ୍ଟାଳିକା ଖସିବା ନେଇ ନାନା ଆଲୋଚନା ହୋଇ ଆସୁଥିଲା । ପୂରାଦେଶର ନଜର ଏହି ବିଲ୍ଡିଂ ଉପରେ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.