ETV Bharat / bharat

ଭୋପାଳ ଗ୍ୟାସ ଦୁର୍ଘଟଣାକୁ 36 ବର୍ଷ, ମନେପଡେ ସେହି କାଳରାତି...

author img

By

Published : Dec 3, 2020, 11:19 AM IST

ଭୋପାଳ ଗ୍ୟାସ ଦୁର୍ଘଟଣାକୁ 36 ବର୍ଷ ପୂରିଛି । ହେଲେ ଏବେବି ନ୍ୟାୟ ଅପେକ୍ଷାରେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ...

ଭୋପାଳ ଗ୍ୟାସ ଦୁର୍ଘଟଣା
ଭୋପାଳ ଗ୍ୟାସ ଦୁର୍ଘଟଣା

ଭୋପାଳ: ବିଶ୍ବର ସବୁଠୁ ବଡ ଉଦ୍ୟୋଗିକ ଦୁର୍ଘଟଣା ମଧ୍ୟରେ ମଧ୍ୟପ୍ରଦେଶ ଭୋପାଳ ଗ୍ୟାସକାଣ୍ଡ ଅନ୍ୟତମ । ଯାହାକୁ ଆଜି(ଗୁରୁବାର) 36 ବର୍ଷ ବିତିଛି । ହେଲେ ଆଜି ବି ସେହି ରାତିର ଘଟଣା ମନେ ପଡିଲେ ଅଜଣା ଭୟରେ ଶିହରୀ ଉଠନ୍ତି ଏଠାକାର ବାସିନ୍ଦା । ଦୁର୍ଘଟଣାରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ସେମାନଙ୍କ ପରିବାର ଏବେ ବି ସେ କାଳ ରାତିର କରୁଣ ଚିତ୍ରକୁ ମନରୁ ଲିଭାଇ ପାରିନି ।

1984 ମସିହା ଡିସେମ୍ବର 2 ଓ 3 ତାରିଖ ରାତିରେ ଘଟିଥିଲା ଏହି ଗ୍ୟାସ ଟ୍ରାଜେଡି । ପ୍ରତିଦିନ ପରି ସେଦିନ ମଧ୍ୟ ଆମେରିକା କମ୍ପାନୀ ୟୁନିୟନ କାବ୍ରାଇଡ୍‌ର ଫ୍ୟାକ୍ଟ୍ରି ସମୟ ଅନୁସାରେ ଖୋଲିଥିଲା । ଏଠାରେ କାମ କରୁଥିବା ଲୋକ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ ଚାଲିଥିଲା । ହେଲେ ରାତି ହେଉ ହେଉ ଏଭଳି କାଣ୍ଡ ଘଟିଲା ଯାହା ହଜାର ହଜାର ଲୋକଙ୍କୁ ସାରାଦିନ ପାଇଁ ଚିରନିଦ୍ରାରେ ଶୁଆଇଦେଲା ।

ଡିସେମ୍ବର 2 ତାରିଖର ସେହି କାଳରାତି

ଘଣ୍ଟାରେ ସମୟ ପାଖାପାଖି ରାତି 11ଟା ବାଜିବ । ଫ୍ୟାକ୍ଟ୍ରିରୁ ମିଥାଇଲ ଆଇସୋସାଇନାଇଟ ଗ୍ୟାସ ବାହାରିବା ଆରମ୍ଭ ହେଲା । ଲୋକମାନେ ଗ୍ୟାସ ଲିକ୍‌ ହେଉଥିବା ଜାଣି ଦୌଡାଦୌଡି କଲେ । ହେଲେ ମୃତ୍ୟୁର ଫାଶ ଆଣି ଆସିଥିବା ଗ୍ୟାସ ଅନେକଙ୍କ ଜୀବନ ନେଲା । ସେଦିନ ରାତିରେ ଡାକ୍ତରଖାନାରେ ବି ଲୋକଙ୍କ ଭିଡ ଲାଗି ଗଲା । ଡାକ୍ତରମାନେ କାହାକୁ ବଞ୍ଚାଇବେ ଜାଣି ପାରିଲେ ନାହିଁ ।

ସ୍ଥିତି ଏପରି ହୋଇଥିଲା ଯେ ଡାକ୍ତରମାନେ ନିରୁପାୟ ହୋଇଗଲେ । ସରକାରୀ ରିପୋର୍ଟ ଅନୁସାରେ, ଏହି ଗ୍ୟାସ ଦୁର୍ଘଟଣାରେ 15 ହଜାର ଲୋକଙ୍କ ଜୀବନ ଯାଇଛି । ହେଲେ ବେସରକାରୀ ରିପୋର୍ଟରେ ଏହି ସଂଖ୍ୟା ଢେର ଅଧିକ ।

ତେବେ ଏହି ଲୋମଟାଙ୍କୁରା ଘଟଣାକୁ ଇତି ମଧ୍ୟରେ 36 ବର୍ଷ ବିତିଯାଇଛି । ହେଲେ ଆଜି ବି ଏହି କାଣ୍ଡରେ ଜୀବନ ହରାଇଥିବା ହଜାର ହଜାର ଲୋକଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି। କେବେ ଏମାନଙ୍କ ଅପେକ୍ଷାର ଅନ୍ତ ହେବ ତାହା କେହି କହିପାରୁନାହାଁନ୍ତି ।

ସେପଟେ ଏତେ ଲମ୍ବା ସମୟ ପରେ ବି ସହରର ୟୁନିୟନ କାବ୍ରାଇଡ୍‌ର ଫ୍ୟାକ୍ଟ୍ରିର ପରିସରରେ ଥିବା ବିଷାକ୍ତ ଆବର୍ଜନାକୁ ହଟାଯାଇନାହିଁ । ପାଖାପାଖି 5 ବର୍ଷ ପୂର୍ବରେ ବିଷାକ୍ତ ଆବର୍ଜନାକୁ ପୀଥମପୁରରେ ଜଳାଯାଇଥିଲା । କିନ୍ତୁ ଏହାପରେ ଏପର୍ଯ୍ୟନ୍ତ ଜଳାଯାଇଥିବାର କୌଣସି ଖବର ଆସିନାହିଁ । ତେବେ ବିଷାକ୍ତ ଆବର୍ଜନାକୁ ଜଳାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ବିରୋଧ ହୋଇଥିବାବେଳେ ଏବେ ମାମଲା ଥଣ୍ଡା ପଡିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.