ETV Bharat / bharat

କତାରରେ ଚାକିରି ହରାଇ ଚିନ୍ତାରେ ୩୫୦ ଭାରତୀୟ, ଲୋଡିଲେ ସରକାରୀ ସହାୟତା

author img

By ETV Bharat Odisha Team

Published : Jan 6, 2024, 5:41 PM IST

jobless Indian in Qatar: ପ୍ରତିଶୃତି ପୂରଣ ନକରି ଚାକିରିରୁ ବିଦା କଲା କତାର କମ୍ପାନୀ । ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଲେ ତେଲେଙ୍ଗାନାର ୩୫୦ ଜଣ ଶ୍ରମିକ । ଅଧିକ ପଢନ୍ତୁ

jobless Indian in Qatar
jobless Indian in Qatar

ହାଇଦ୍ରାବାଦ: ସହରର ଚାକଚକ୍ୟ ଦେଖି ପେଟ ପାଟଣା ପାଇଁ ସାହାସ ଜୁଟାଇ ଯାଇଥିଲେ ବିଦେଶ । ମୋଟା ଅଙ୍କର କମାଇ ପରିବାର ପ୍ରତିପୋଷଣ ପାଇଁ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ । ହେଲେ ଏବେ ବେରୋଜଗାର ହୋଇ କତାରରୁ ବେସାହାରା ହୋଇ ଫେରିଛନ୍ତି ୩୫୦ ତେଲେଙ୍ଗାନା ବାସୀ । କତାର ଯିବା ପାଇଁ କରିଥିବା ଋଣ ସୁଝିବାକୁ ଏବେ ପାଖରେ ଅର୍ଥର ଅଭାବ । ଏଭଳି ସ୍ଥିତିରେ ଏହି ଶ୍ରମିକମାନେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କତାର ସ୍ଥିତ ଏକ ଫାର୍ମ ଫିଫା ବିଶ୍ବକପ-୨୦୨୨କୁ ଦୃଷ୍ଟିରେ ରଖି ନିଯୁକ୍ତି ଆରମ୍ଭ କରିଥିଲା । ଏହାପରେ ତେଲେଙ୍ଗାନା ଖାନପୁର, ନିଜାମବାଦ, ନିର୍ମଳ ଜିଲ୍ଲାର ଟୁରମୋଲି, ଗାନ୍ଧୀନଗରରୁ ପ୍ରାୟ ୩୫୦ ଜଣ ଶ୍ରମିକ ଚାକିରି ପାଇଁ ବିଦେଶ ବାହାରିଥିଲେ । ବିଦେଶ ଯିବା ଲାଗି ଭିସାର ଆବଶ୍ୟକତା ଥିବାରୁ ୧.୫୦ ଲକ୍ଷ ଟଙ୍କା ଲେଖାଏଁ ଯୋଗାଡ଼ କରି ଏଜେଣ୍ଟକୁ ଦେଇଥିଲେ । କତାରର ଏହି କମ୍ପାନୀଟି ୨ ବର୍ଷ ନିଯୁକ୍ତିର ପ୍ରତିଶୃତି ମଧ୍ୟ ଦେଇଥିଲା । ଏହି ଶ୍ରମିକମାନେ ସେଠାରେ ନିର୍ମାଣ କାର୍ଯ୍ୟ, ରାସ୍ତା ତିଆରି କାମ କରିଥିଲେ । ହେଲେ ଟୁର୍ଣ୍ଣାମେଣ୍ଟ ସରିବା ପରେ ଏବେ ସେମାନଙ୍କ ପାଇଁ କୌଣସି କାମ ନଥିବା କହି ନିଜ ପ୍ରତିଶୃତିରୁ ଓହରିଛି କତାର ସ୍ଥିତ ଏହି କମ୍ପାନୀ ।

ଏହା ବି ପଢନ୍ତୁ- କୋଭିଡ ଯୋଗୁଁ ବିଦେଶରୁ କେତେ ପ୍ରବାସୀ ଭାରତୀୟ ଫେରିଛନ୍ତି, ଜାଣନ୍ତୁ...

ଡିସେମ୍ବର ୩୧ ପରଠାରୁ ଆଉ କାମକୁ ଆସିବାକୁ ମନା କରିଥିଲା କମ୍ପାନୀ । ଏହାସହ କମ୍ପାନୀ ପକ୍ଷରୁ ଏହି ଶ୍ରମିକଙ୍କ ଲାଗି ବାସ ସ୍ଥାନର ବ୍ୟବସ୍ଥା କରାଯାଇଥିଲା । ଚାକିରିରୁ ବିଦା କରିବା ପରେ ସେମାନଙ୍କୁ ରୁମ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏମାନେ ସ୍ବଦେଶ ଫେରିବେ । ଭାରତ ପ୍ରତ୍ୟାବର୍ତ୍ତନ ଲାଗି କମ୍ପାନୀ ବିମାନ ଟିକେଟ ମଧ୍ୟ କରିଛି । ଆସନ୍ତା ୧୦ ତାରିଖରେ ଏହି ଶ୍ରମିକମାନେ ଭାରତ ଫେରିବେ । ହେଲେ ସ୍ବଦେଶ ଫେରୁଥିଲେ ସୁଦ୍ଧା ସେମାନଙ୍କ ମନରେ ଖୁସି ବଦଳରେ ଚିନ୍ତା ଭରିଯାଇଛି ।

କାରଣ କତାର ଯିବାକୁ ଲକ୍ଷାଧିକ ଟଙ୍କା କରଜ କରିଥିଲେ । ଏବେ ଟଙ୍କା କିପରି ସୁଝିବେ ସେ ନେଇ ଚିନ୍ତାରେ ଶ୍ରମିକ । ଏଣୁ ଏଭଳି ସ୍ଥିତିରେ ସେମାନେ ସରକାରୀ ସହାୟତା ଲୋଡ଼ିଛନ୍ତି । ସେମାନଙ୍କୁ କୌଣସି ନିଯୁକ୍ତି ଦେବାକୁ ଶ୍ରମିକମାନେ ତେଲେଙ୍ଗାନା ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ନିଜାମବାଦ ଜିଲ୍ଲାର କୋଡିଚେର ଅଧିବାସୀ ଶ୍ରୀନିବାସ କହିଛନ୍ତି, " ସେମାନେ ନିଜ ପ୍ରତିଶୃତି ପୂରଣ ନକରି ଆମକୁ ଚାକିରିରୁ ବାହାର କରିଛନ୍ତି । ରାଜ୍ୟ ସରକାର ଆମକୁ ସହାୟ ହୁଅନ୍ତୁ । ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରି ଆମକୁ ଅନ୍ୟ କୌଣସି ଚାକିରିର ବ୍ୟବସ୍ଥା କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେବା ଉଚିତ ।"

ସେହିପରି ଅନ୍ୟ ଜଣେ ଶ୍ରମିକ ଲକ୍ଷ୍ମଣ କହିଛନ୍ତି, "କମ୍ପାନୀ ଆମର କୌଣସି କଥା ନ ଶୁଣି ଚାକିରିରୁ ବିଦା କରିଛି । ଯଦି ଆମେ ହଠାତ ବେରୋଜଗାର ହୋଇଯିବୁ ତେବେ କିପରି ଗୁଜୁରାଣ ମେଣ୍ଟାଇବୁ ? ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଆମକୁ ପୁନଶ୍ଚ ନିଯୁକ୍ତି ଦେବାରେ ସାହାଯ୍ୟ କରନ୍ତୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.