ନୂଆଦିଲ୍ଲୀ: ଗତ କିଛି ଦିନ ଧରି ରାଜଧାନୀରେ ଲଗାତାର ବହୁତ ସଂଖ୍ୟାରେ କୋରୋନା ପଜିଟିଭ ଚିହ୍ନଟ ହେଉଥିବା ବେଳେ ଶନିବାର ଦୀପାବଳି ପାଇଁ ଏଥିରେ କିଛି ମାତ୍ରାରେ ରୋକ ଲାଗିଛି । ତଥାପି ଗତ 24 ଘଣ୍ଟାରେ ଦିଲ୍ଲୀରେ 3235 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 95 ଜଣଙ୍କ ମୃତ୍ୟୁ ଘଟିଛି ।
![3235 more new corona positives detected within 24 hours in Delhi](https://etvbharatimages.akamaized.net/etvbharat/prod-images/del-ndl-01-delhi-covid-health-bulletin-report-vis-7205761_15112020150408_1511f_1605432848_964.jpg)
ଦୀପାବଳି ପାଇଁ କମ୍ କୋରୋନା ପରୀକ୍ଷଣ ହୋଇଥିବାରୁ ପଜିଟିଭ ସଂଖ୍ୟା କମିଛି । ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା 3235 ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 85 ହଜାର 405ରେ ପହଞ୍ଚିଛି । 95 ମୃତକଙ୍କୁ ମିଶାଇ ଦିଲ୍ଲୀରେ ମୋଟ 7641 ଜଣଙ୍କ ମୃତ୍ୟୁ ଘଟିଛି ।
ରବିବାର ଦିଲ୍ଲୀରେ କୋରୋନା ମୃତ୍ୟୁ ହାର 1.57 ପ୍ରତିଶତ ରହିଛି । ଗତ 10 ଦିନ ମଧ୍ୟରେ କୋରୋନା ଜନିତ ମୃତ୍ୟୁ ତଥ୍ୟ ଅନୁଯାୟୀ, ଗତ ତିନି ଦିନ ତୁଳନାରେ ମୃତ୍ୟୁ ହାର ଏକ ପ୍ରତିଶତରୁ ଅଧିକ ରହିଛି । ଗତ 24 ଘଣ୍ଟାରେ 7606 ଜଣ କୋରୋନାରୁ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 4 ଲକ୍ଷ 37 ହଜାର 801ରେ ପହଞ୍ଚିଛି । କୋରୋନା ସୁସ୍ଥ ହାର 90 ପ୍ରତିଶତରୁ 90.19 ପ୍ରତିଶତରେ ପହଞ୍ଚିଛି । ସେପଟେ ସକ୍ରିୟଙ୍କ ହାର 8.23 ପ୍ରତିଶତରେ ରହିଛି । ଗତ 24 ଘଣ୍ଟାରେ ମୋଟ 21 ହଜାର 98ଟି କୋରୋନା ପରୀକ୍ଷଣ ହୋଇଛି । ଅକ୍ଟୋବର 26 ତାରିଖ ପରଠାରୁ ରବିବାର ସବୁଠାରୁ କମ୍ କୋରୋନା ପରୀକ୍ଷଣ ହୋଇଥିବା ଜଣାପଡିଛି ।