ETV Bharat / bharat

କାଶ୍ମୀରରେ ସକ୍ରିୟ ଅଛନ୍ତି 3ଶହ ଆତଙ୍କୀ - କାଶ୍ମୀରରେ ସକ୍ରିୟ ଅଛନ୍ତି 3ଶହ ଆତଙ୍କୀ

ଘାଟିରେ ସକ୍ରିୟ ଅଛନ୍ତି ପ୍ରାୟ 3ଶହ ଆତଙ୍କୀ । ସୀମାପାର ଆତଙ୍କୀ ମଧ୍ୟ ରହିଛନ୍ତି ସାମିଲ (terrorists active in Jammu )। ସୂଚନା ଦେଲେ ଭାରତୀୟ ସ୍ଥଳସେନାର ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ (Lieutenant General Upendera Dwivedi) । ଅଧିକ ପଢନ୍ତୁ

କାଶ୍ମୀରରେ ସକ୍ରିୟ ଅଛନ୍ତି 3ଶହ ଆତଙ୍କୀ
କାଶ୍ମୀରରେ ସକ୍ରିୟ ଅଛନ୍ତି 3ଶହ ଆତଙ୍କୀ
author img

By

Published : Nov 22, 2022, 10:52 PM IST

ଶ୍ରୀନଗର: ଏବେ ଘାଟିର ବିଭିନ୍ନ ସ୍ଥାନରେ ସକ୍ରିୟ ଅଛନ୍ତି ପ୍ରାୟ 3ଶହ ଆତଙ୍କୀ । ଏମାନେ ଜମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ଚ ଆଦି ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଭାରତୀୟ ସେନାର ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ (Lieutenant General Upendera Dwivedi) ।

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି (ମଙ୍ଗଳବାର) ପ୍ରେସମିଟରେ ଏହି ସୂଚନା ଦେଇ କହିଛନ୍ତି, ଏବେ ପ୍ରାୟ 3ଶହ ଆତଙ୍କୀ ସକ୍ରିୟ ଥିବା ବେଳେ ସେମାନଙ୍କ ମଧ୍ୟରେ 82ଜଣ ବିଦେଶୀ ତଥା ସୀମାପାର ଆତଙ୍କବାଦୀ ଓ 53ଜଣ ସ୍ଥାନୀୟ ଆତଙ୍କୀ ଥିବା ସେନା ନିକଟରେ ସୂଚନା ରହିଛି । ସେହିପରି ଅବଶିଷ୍ଟ 170ଜଣ ଆତଙ୍କୀଙ୍କ ସମ୍ପର୍କରେ କିଛି ସୂଚନା ସେନା ଦ୍ୱାରା ହସ୍ତଗତ ହୋଇ ପାରିନାହିଁ (terrorists active in Jammu)। ସେମାନଙ୍କୁ ଅଜ୍ଞାତ ତାଲିକାଭୁକ୍ତ କରାଯାଇଛି ।

ସ୍ଥାନୀୟ ଆତଙ୍କବାଦୀ ସମ୍ପର୍କରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ସ୍ଥାନୀୟ ଯୁବକଙ୍କୁ ପ୍ରଲୋଭିତ କରାଯାଉଛି । ଆତଙ୍କୀ ସଂଗଠନରେ ଯୋଗ ଦେଉଥିବା ସ୍ଥାନୀୟ ଯୁବକଙ୍କ ମଧ୍ୟରେ 25 ପ୍ରତିଶତ 20ବର୍ଷରୁ କମ ବୟସର । ସେହିପରି ଅବଶିଷ୍ଟ 75 ପ୍ରତିଶତ 20 ରୁ 30 ବର୍ଷ ବୟସର ଯୁବକ ରହିଥିବା ସେ ସୂଚନା ଦେଇଛନ୍ତି । ସେହିପରି ଆତଙ୍କବାଦୀ ନିରୋଧୀ ଅପରେସନକୁ ଘାଟିରେ ପ୍ରଭାବୀ ଭାବେ ଜାରି ରଖିଛି ସେନା । ନିୟମିତ ସଫଳତା ମଧ୍ୟ ପାଇବାରେ ଲାଗିଛି । ଘାଟିରେ ଶାନ୍ତି ଫେରାଇବା ଓ ଆତଙ୍କୀ କାର୍ଯ୍ୟକଳାପ ହ୍ରାସ କରିବା ଦିଗରେ ସେନା କାର୍ଯ୍ୟ ଜାରି ରଖିଥିବା ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.