ETV Bharat / bharat

ମୁମ୍ବାଇରେ ଛାତିଥରା ଘଟଣା, ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କଲା ଅଭିଯୁକ୍ତ - ମୁମ୍ବାଇ ଦୁଷ୍କର୍ମ

ମୁମ୍ବାଇରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ପରେ ପଶୁତ୍ବର ସମସ୍ତ ସୀମା ଟପିବା ନେଇ ଖବର ନିଆଁ ପରି ବ୍ୟାପିବାରେ ଲାଗିଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଇଛି ରଡ୍‌ । ଅଧିକ ପଢନ୍ତୁ...

ମୁମ୍ବାଇରେ ଛାତିଥରା ଘଟଣା, ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କଲା ଅଭିଯୁକ୍ତ

author img

By

Published : Sep 10, 2021, 8:20 PM IST

ମୁମ୍ବାଇ: ଦେଶର ବିଜନେସ କ୍ୟାପିଟାଲ ମୁମ୍ବାଇରୁ ନିର୍ଭୟା ଘଟଣା ଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ସହ ଦୁଷ୍କର୍ମ ପରେ ପଶୁତ୍ବର ସମସ୍ତ ସୀମା ଟପିବା ନେଇ ଖବର ନିଆଁ ପରି ବ୍ୟାପିବାରେ ଲାଗିଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଇଛି ରଡ୍‌ ।

ସାକୀ ନାକା ଅଞ୍ଚଳରେ ଘଟିଛି ଏଭଳି ଘୃଣ୍ୟ ଘଟଣା । କୈରାନୀ ରୋଡରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଛି ଓ ପରେ ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ରଡ୍‌ ଭର୍ତ୍ତି କରିଦେଇଛି । ସଙ୍କଟାପନ୍ନ ଅବସ୍ଥାରେ ମହିଳାଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ଡିସିପି ଓ ଅତିରିକ୍ତ ପୋଲିସ କମିଶନର ସାକୀ ନାକା ଥାନାରେ ପହଁଞ୍ଚି ଯାଇଥିଲେ । ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ଧରାପଡିଥିବା ଅଭିଯୁକ୍ତକୁ ପଚରାଉଚୁରା କରାଯାଉଛି । ଏହାସହିତ ତଦନ୍ତ ଜାରି ରଖିଛି ପୋଲିସ ।

ମହିଳାଙ୍କ ସହ ଯେଭଳି ଭାବରେ ଅଭିଯୁକ୍ତ ପଶୁ ଭଳି ବ୍ୟବହାର କରିଛି, ଏହାକୁ ଦେଖି ମନେ ପଡିଯାଉଛି ଦିଲ୍ଲୀର ନିର୍ଭୟା ଘଟଣା । ଗିରଫ ଅଭିଯୁକ୍ତକୁ ପଚରାଉଚୁରା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ । ଆଇପିସି ଧାରା ୩୭୬ ଓ ୩୦୭ ଆଧାରରେ ମାମଲା ରୁଜୁ କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.