ETV Bharat / bharat

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ 30ରୁ ଊର୍ଦ୍ଧ୍ବ, 4 ମୃତ

ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ । କୂଅରେ ଖସି 4 ମୃତ, ଏକାଧିକ ଆହତ । ଅଧିକ ପଢନ୍ତୁ...

30 People Fall Into A Well In Madhya Pradesh, Rescue On
ବାଳକକୁ ବଞ୍ଚାଇବାକୁ ଯାଇ କୂଅରେ ଖସିଲେ 30 ରୁ ଅଧିକ ଲୋକ ତାପରେ...
author img

By

Published : Jul 16, 2021, 8:05 AM IST

Updated : Jul 16, 2021, 9:54 AM IST

ଭୋପାଳ: ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ବଡ ଧରଣର ଅଘଟଣ । କୂଅରେ ଖସି ପଡିଥିବା ଜଣେ ବାଳକକୁ ଉଦ୍ଧାର ପାଇଁ କୂଅରେ ଖସି ପଡିଲ 30ରୁ ଅଧିକ ଲୋକେ । ଘଟଣାଟି ଯେତିକି ଆଶ୍ଚର୍ଯ୍ୟ ଜନକ । ସେତିକି ଭୟାନକ ମଧ୍ୟ ।

ଘଟଣାଟି ଏମିତି.. ଜଣେ ବାଳକ ବାସୋଦାରେ ଥିବା ଏକ କୂଅରେ କୈଣସି କାରଣ ବଶତଃ ଖସି ପଡିଥିଲା । ବାଳକଟିକୁ ଉଦ୍ଧାର କରିବା ପାଇଁ ଜଣେ ପରେ ଜଣେ ଲୋକ ସ୍ଥାନୀୟ ଅଞ୍ଚଳରେ ଜମା ହୋଇଥିଲେ । ବାଳକଟିକୁ ଉଦ୍ଧାର ପାଇଁ ଏକ ରଶିଟିକୁ କୂଅରେ ପକାଇଥିଲେ ସ୍ଥାନୀୟ ଲୋକେ। ଦୁର୍ଭାଗ୍ୟବଶତଃ ରସିଟି ଛିଣ୍ତି ଯାଇଥିଲା । ପରେ ସମସ୍ତ କୂଅରେ ଖସି ପଡିଥିଲେ । ଏହି ଘଟଣାରେ 10ରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ 4 ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ଆଧାରରେ କୁହାଯାଉଛି । ଏବେବି ଅନେକ ଫସି ରହିଛନ୍ତି ।

ଜଣକୁ ବଞ୍ଚାଇବାକୁ ଯାଇ କୂଅରେ ଖସି ପଡିଲେ 30ରୁ ଊର୍ଦ୍ଧ୍ବ, 4 ମୃତ

ସେପଟେ ଘଟଣାକୁ ନେଇ ଆକ୍ସନ ମୁଡକୁ ଆସିଯାଇଛନ୍ତି ମଧ୍ୟପ୍ରଦେଶ ସରକାର । ଖୋଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘଟଣାର ପ୍ରତ୍ୟକ୍ଷ ତତ୍ବାବଧାନ କରୁଥିବା ବେଳେ ଜଣେ ମନ୍ତ୍ରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଇଛନ୍ତି । ଏହାବାଦ ରାଜ୍ୟ ପୋଲିସ, ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋରଦାର କରିଛନ୍ତି ।

ଅନ୍ୟପଟେ, ଘଟଣାରେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଭବ ସାରଙ୍ଗ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତାଦାରଖ କରୁଛନ୍ତି। ଏହାସହ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ 5 ଲକ୍ଷର ସହାୟତା ଯୋଗାଇ ଦେବା ସହ ଆହତଙ୍କୁ 50 ହଜାରର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

@ANI

Last Updated : Jul 16, 2021, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.