ରାୟପୁର: ଛତିଶଗଡର ଦାନ୍ତେୱାଡାରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସୁରକ୍ଷାବାହିନୀ । ଅରନପୁର-ନିଲାଭୟା ରାସ୍ତାରେ ନିର୍ମାଣଧୀନ କାର୍ଯ୍ୟ ହେଉଥିବା ବେଳେ 30 କେଜି ଆଇଡି ଜବତ କରିଛି ସୁରକ୍ଷା ବାହିନୀ ।
ସୁରକ୍ଷାବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ଆଇଡି ଖଞ୍ଜା ଯାଇଥିଲା । ପରେ ଏହା ଜାଣିବା ପରେ ଯବାନମାନେ ଅନ୍ୟ ରୁଟ୍ ନେଇଥିଲେ । ଯେଉଁ ରୁଟରେ ଦୂରଦର୍ଶନ କ୍ୟାମେରା ମ୍ୟାନ ଓ 3 ଯବାନ ଶହିଦ ହୋଇଥିଲେ ଯବାନମାନେ ସେହି ରୁଟ ବାଛିଛନ୍ତି । ତେବେ ଏ ପର୍ଯ୍ୟନ୍ତ ମାମଲାର ଅଧିକାରୀକ ସ୍ପଷ୍ଟ ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ