ETV Bharat / bharat

ରାଜଧାନୀରେ ଛାତିଥରା ଘଟଣା, ବର୍ଷକର ଶିଶୁକୁ ଝୁଣି ଖାଇଲେ ବୁଲା କୁକୁର - ଦିଲ୍ଲୀରେ ବର୍ଷକର ଛୁଆକୁ ଝୁଣି ମାରିଦେଲା କୁକୁର

ଦିଲ୍ଲୀରେ ବର୍ଷକର ଛୁଆକୁ ଝୁଣି ଖାଇଲେ ବୁଲା କୁକୁର । ହସ୍ପିଟାଲରେ ଆଖି ବୁଜିଲା ଶିଶୁ । ଅଧିକ ପଢନ୍ତୁ

ବର୍ଷକର ଛୁଆକୁ ଝୁଣି ଖାଇଲା ବୁଲା କୁକୁର
ବର୍ଷକର ଛୁଆକୁ ଝୁଣି ଖାଇଲା ବୁଲା କୁକୁର
author img

By

Published : Oct 19, 2022, 7:18 AM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ନୋଏଡା ସେକ୍ଟର ୧୦୦ ସ୍ଥିତ ଲୋଟସ୍ ବୁଲେୱର୍ଡ ସୋସାଇଟି(Lotus Boulevard Society) ଅଞ୍ଚଳରେ ଗୋଟିଏ ବର୍ଷକର ଛୁଆକୁ କିଛି ବୁଲା କୁକୁର ଝୁଣି ଖାଇଛନ୍ତି(Child attacked by three unattended dogs) । ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ତା'ର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଏଥିପାଇଁ ନୋଏଡା କର୍ତ୍ତୃପକ୍ଷଙ୍କୁ ବିରୁଦ୍ଧରେ ବିକ୍ଷୋଭ କରିଛନ୍ତି ।

AOA ଉପାଧ୍ୟକ୍ଷ ଧର୍ମବୀର ଯାଦବଙ୍କ ସୂଚନା ମୁତାବକ, ଗତ ସୋମବାରର ଏହି ଘଟଣା । ଲୋଟସ୍ ବୁଲେୱର୍ଡ ସୋସାଇଟିରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଶିଶୁଟିର ବାପା ରାଜେଶ କୁମାର ଓ ମାଆ ସପନା ଏଠାରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସୋମବାର ସନ୍ଧ୍ୟାରେ ବାପାମାଆ ଛୁଆକୁ ସେଠାରେ ଶୁଆଇ କାମ କରୁଥିଲେ । ଏତିକି ବେଳେ ସପନା ଟିକେ ଦୂରକୁ ଚାଲିଯିବାରୁ ସେଠାରେ ବୁଲୁଥିବା ୩ଟି କୁକୁର ଶିଶୁ ଉପରେ ଆକ୍ରମଣ କରିଥିଲେ । ସେମାନେ ବର୍ଷକରେ ପିଲାଟିକୁ ଝୁଣି ଖାଇ ଦେଇଥିଲେ । ପାଖରେ ଖେଳୁଥିବା ଶିଶୁର ବଡ ଭାଇ ଏସବୁ ଦେଖି ମାଆକୁ ଡାକିବା ପରେ ସେମାନେ କୁକୁରଙ୍କୁ ଘଉଡାଇ ଥିଲେ । ଏହାପରେ ସଙ୍ଗେ ସଙ୍ଗେ ଶିଶୁକୁ ହସ୍ପିଟାଲକୁ ନିଆଯାଇଥିଲା । ସୂଚନା ପାଇ ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ପିଲାଟିର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲା ।

ଏହାମଧ୍ୟ ପଢନ୍ତୁ: Shocking Video: ଦାଣ୍ଡିଆ ଖେଳୁ ଖେଳୁ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ

କୁକୁର ପିଲାଟିର ପେଟର ୨୫ଟି ଜାଗାରେ କାମୁ଼ଡି ଥିଲେ । ଯେଉଁ କାରଣରୁ ତା' ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ଡାକ୍ତର କହିଥିଲେ । ଶେଷରେ ମଙ୍ଗଳବାର ଚିକିତ୍ସାଧୀନ ବର୍ଷକର ଛୁଆଟିର ମୃତ୍ୟୁ ହୋଇଥିଲା । କହିରଖୁଛୁ କି, କିଛି ଦିନ ହେଲା ଦିଲ୍ଲୀ ଏନସିଆର ଅଞ୍ଚଳରେ ବୁଲା କୁକୁର ଆତଙ୍କ ଖେଳାଇଛନ୍ତି । ଏହା ପୂର୍ବରୁ ଅନେକ ଲୋକ କୁକୁର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.