ଶ୍ରୀନଗର: ସେନାଗୁଳିରେ ଟଳିଲେ ୩ ଆତଙ୍କୀ । ଶ୍ରୀନଗରର ପନ୍ଥା ଚକରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୩ ଜଣ ଆତଙ୍କୀ ନିହତ ହୋଇଥିବା ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଅନ୍ୟପଟେ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ 3 ଜଣ ପୋଲିସ କର୍ମଚାରୀ ଏବଂ ଜଣେ CRPF କର୍ମଚାରୀ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-Jammu Kashmir Encounter: ସେନା ଗୁଳିରେ ଟଳିଲେ ୬ ଆତଙ୍କୀ
ସୂଚନାଅନୁଯାୟୀ ନଗରର ପାଠା ଚୌକରେ ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀକୁ ଏକ ବିଶେଷସୁତ୍ରରୁ ସୂଚନା ମିଳିଥିଲା । ଏନେଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଯେଉଁଥିରେ ସେନା ଗୁଳିରେ ୩ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଆତଙ୍କୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।