ଭୋପାଳ: ବୁଧବାର ମଧ୍ୟପ୍ରଦେଶର ରିବା ଜିଲ୍ଲାର ଅତରେଲା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ହରଦହନ ଗାଁ ର 3ଜଣ ଯୁବକ ସତ୍ୟ କେବଟ(19),ପବନ କୁମାର କେବଟ(20),ଓ ରମାଶଂକର କେବଟ(18) ସମେତ ନାବିକ ଓ ଅନ୍ୟ ଜଣେ ବ୍ୟକ୍ତି ନଦୀ ପାର ହୋଇ ଗୁରଗୁଦା ଗାଁ ଯାଉଥିଲେ। ନଦୀ ପାର ସମୟରେ ମଝି ନଦୀରେ ଡଙ୍ଗା ଭାରସାମ୍ୟ ହରାଇବା ଯୋଗୁଁ ଡଙ୍ଗାଟି ଓଲଟି ଯାଇଥିଲା । ନାବିକ ଓ ଅନ୍ୟ ଜଣେ ବ୍ୟକ୍ତି ପହଁରା ଆସିବା ହେତୁ ନିଜର ଜୀବନ ରକ୍ଷା କରିଥିଲେ କିନ୍ତୁ ତିନି ଭାଇ ନିଖୋଜ ଥିଲେ ।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଉଦ୍ଧାରକାରୀ ଦଳଙ୍କ ସାହାଯ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ, କିନ୍ତୁ ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳି ନଥିଲା। ତେଣୁ ଗୁରୁବାର ସକାଳେ ପୁଣି ଥରେ ନଦୀରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।