ETV Bharat / bharat

ସୁରକ୍ଷାବାହିନୀ କବଜାରେ 3 ଲସ୍କର ଆତଙ୍କୀ, ଫିଟିବ ଲିଙ୍କ

ଭାରତୀୟ ସେନାର ଜାରି ରହିଛି ଆତଙ୍କୀ ଦମନ ଅଭିଯାନ । ସୀମାରେ ଦେଶକୁ ସୁରକ୍ଷା ଦେଇ ଆସୁଥିବା ଯବାନ ଆତଙ୍କବାଦୀଙ୍କ ନିପାତ କିରବାରେ ସଫଳତା ପରେ ସଫଳତା ହାସଲ କରିଛନ୍ତି। ଆଜି (ମଙ୍ଗଳବାର) ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାବାହିନୀ ଲସ୍କର ଏ- ତୋଏବାର 3 ଆତଙ୍କୀଙ୍କୁ କାବୁ କରିଛନ୍ତି । ଅଧିକ ପଢନ୍ତୁ

ସୁରକ୍ଷାବାହିନୀ କବଜାରେ 3 ଲସ୍କର ଆତଙ୍କୀ
ସୁରକ୍ଷାବାହିନୀ କବଜାରେ 3 ଲସ୍କର ଆତଙ୍କୀ
author img

By

Published : Apr 12, 2022, 10:39 AM IST

ଶ୍ରୀନଗର: ଭାରତୀୟ ସେନାର ଜାରି ରହିଛି ଆତଙ୍କୀ ଦମନ ଅଭିଯାନ । ସୀମାରେ ଦେଶକୁ ସୁରକ୍ଷା ଦେଇ ଆସୁଥିବା ଯବାନ ଆତଙ୍କବାଦୀଙ୍କ ନିପାତ କିରବାରେ ସଫଳତା ପରେ ସଫଳତା ହାସଲ କରିଛନ୍ତି। ଆଜି (ମଙ୍ଗଳବାର) ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାବାହିନୀ ଲସ୍କର ଏ- ତୋଏବାର 3 ଆତଙ୍କୀଙ୍କୁ କାବୁ କରିଛନ୍ତି । ବାରମୁଲ୍ଲା ଜିଲ୍ଲା ସୋପର ଅଞ୍ଚଳରୁ ଏହି ଆତଙ୍କୀଙ୍କୁ ଧରିଛି ସୁରକ୍ଷାବାହିନୀ । ସେମାନଙ୍କ ନିକଟରୁ ଗୁଳିଗୋଳା ସହିତ ବିଭିନ୍ନ ମରଣାସ୍ତ୍ର ଜବତ ହୋଇଛି । ଏହି 3 ଜଣଙ୍କୁ ବାନ୍ଧିବା ସୁରକ୍ଷାକର୍ମୀଙ୍କ ପାଇଁ ଆତଙ୍କୀ ଲିଙ୍କ ପର୍ଦାଫାଶ କରିବାରେ ସହାୟକ ହେବ ।

ଗିରଫ 3 ଆତଙ୍କୀ ହେଲେ ତୁଫାଲି ମଜିଦ ମିର, ଅହମ୍ମଦ ମିର ଓ ସବିର ଅହମ୍ମଦ ୱାଗେ । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲା । ପୋଲିସ ଦ୍ବାରା ଏକ ସ୍ବତନ୍ତ୍ର ଚେକ ପଏଣ୍ଟ କରାଯାଇଥିଲା । 22 ରାଷ୍ଟ୍ରୀୟ ରାଇଫଲ(RR) ଏବଂ 179 ବାଟାଲିୟନ ସିଆରପିଏଫ ସନୱାମି ବ୍ରିଜ ନିକଟରେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଯାଞ୍ଚ ସମୟରେ 3 ଜଣ ୱାଡୁରା ବାଲାକୁ ସନୱାମି ବ୍ରିଜ ନିକଟକୁ ଆସୁଥିବା ଖବର ପାଇଥିଲା । ସେଠାରେ ପୋଲିସ ଓ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିଥିଲା । ସେମାନଙ୍କଠୁ 3ଟି ବନ୍ଧୁକ, 3ଟି ମାଗାଜିନ, 22 ଗୁଳି, 1 ଗ୍ରେନେଡ ଓ 79,800 ଟଙ୍କା ଜବତ ହୋଇଛି । ଗିରଫ 3 ଆତଙ୍କୀ ଲସ୍କର ଏ ତୋଏବା ଆତଙ୍କୀ ସଂଗଠନରେ ଟପ ଲିଡର ହୋଇଥିବା ପ୍ରାଥମିତ ତଦନ୍ତରୁ ଜଣାପଡିଛି । ଅଧିକ ତଦନ୍ତ ଜାରି ରହିଛି ।

ପ୍ରକାଶ ଥାଉ କି, ୨୦୨୧ ଡିସେମ୍ବରରୁ ମାର୍ଚ୍ଚ ଯାଏ ପାଖାପାଖି ୬୬ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ଦେଇଛନ୍ତି ଆଇଜିପି ବିଜୟ ଶଙ୍କର । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପାଖାପାଖି ୨୦ରୁ ଅଧିକ ଥର ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୫ରୁ ଅଧିକ ଆତଙ୍କୀ ନିପାତ ହେଲେଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.