ETV Bharat / bharat

ବିପୁଳ ଟଙ୍କା ସହ ହାଓ୍ୱଡାରେ ଧରାପଡିଲେ ଝାଡଖଣ୍ଡ କଂଗ୍ରେସର ୩ ବିଧାୟକ - ଟଙ୍କା ସହ ଧରାପଡିଲେ ବିଧାୟକ

କାରରେ ବିପୁଳ ଟଙ୍କା ନେଇ ଝାଡଖଣ୍ଡରୁ ପଶ୍ଚିମବଙ୍ଗର ମଦିନପୁର ଯାଉଥିଲେ ଝାଡଖଣ୍ଡର ତିନି କଂଗ୍ରେସ ବିଧାୟକ । ହାଓ୍ବଡାରେ ଧରିଲା ପଶ୍ଚିମବଙ୍ଗ ପୋଲିସ । ଅଧିକ ପଢନ୍ତୁ

ବିପୁଳ ଟଙ୍କା ସହ ହାଓଡାରେ ଧରାପଡିଲେ ଝାଡଖଣ୍ଡ କଂଗ୍ରେସର ୩ ବିଧାୟକ

author img

By

Published : Jul 30, 2022, 10:27 PM IST

କୋଲକାତା: ଝାଡଖଣ୍ଡର ୩ ବିଧାୟକଙ୍କୁ ବିପୁଳ ଟଙ୍କା ସହ ପଶ୍ଚିମବଙ୍ଗ ହାଓଡାରେ ଗିରଫ କରାଯାଇଛି । ଏକ କାରରେ ଯାଉଥିବା ବେଳେ ଏହି ବିଧାୟକମାନଙ୍କୁ ହାଓ୍ବଡା ପୋଲିସ ଗିରଫ କରିଛି । ଗିରଫ ତିନି କଂଗ୍ରେସ ବିଧାୟକ ହେଉଛନ୍ତି, ଜମତରା ବିଧାୟକ ଇରଫାନ୍ ଅନସାରୀ, ଖିଜିର ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରାର ବିଧାୟକ ନମାନ ବିକ୍ସାଲ । ଏମାନେ ଯାଉଥିବା କାରରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ଜବତ କରାଯାଇଛି । ମିଳିଥିବା ଟଙ୍କାର ପରିମାଣ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନାହିଁ ।

  • #WATCH | Three MLAs of Congress from Jharkhand namely Irfan Ansari, MLA from Jamtara, Rajesh Kachhap, MLA from Khijri & Naman Bixal, MLA from Kolebira were nabbed by the police with huge amounts of cash. pic.twitter.com/VCH06cMr33

    — ANI (@ANI) July 30, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଏହି ତିନି ବିଧାୟକ ଝାଡଖଣ୍ଡର ଜମତରାରୁ ପଶ୍ଚିମବଙ୍ଗର ପୂର୍ବ-ମିଦନାପୁର ଅଭିମୁଖେ ଯାଉଥିଲେ । ତେବେ ବିଧାୟକଙ୍କ କାରରେ ବିପୁଳ ଟଙ୍କା ଥିବା ନିର୍ଦ୍ଦିଷ୍ଟ ଇନପୁଟରୁ ସୂଚନା ପାଇ ରାସ୍ତାରେ କାରକୁ ରୋକିଥିଲା ହାଓ୍ବଡା ପୋଲିସ । କାରକୁ ଯାଞ୍ଚ କରିବା ପରେ ସେଥିରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ଜଣାପଡିଥିଲା ।

ଟଙ୍କା ସମ୍ପର୍କରେ ବିଧାୟକମାନଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନାହିଁ । ଟଙ୍କାର ପରିମାଣ ମଧ୍ୟ ପୋଲିସ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ଜାରି ରହିଛି । ତେବେ ବର୍ତ୍ତମାନ ପଶ୍ଚିମବଙ୍ଗରେ ଇଡି କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ପଡୋଶୀ ରାଜ୍ୟର ବିଧାୟକଙ୍କ ଏପରି କାର୍ଯ୍ୟକଳାପ ଭିନ୍ନ ସନ୍ଦେହ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.