ETV Bharat / bharat

କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, 36ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ଯା

ଦେଶରେ ଚିହ୍ନଟ ହେଲେ ଆଉ 3 ଓମିକ୍ରନ(Omicron) ସଂକ୍ରମିତ । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଚିହ୍ନଟ । ଦେଶରେ 36 ରେ ପହଞ୍ଚିଲା ନୂଆ ଭ୍ୟାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ଦେଶରେ 36 ରେ ପହଞ୍ଚିଲା ସଂଖ୍ଯା

author img

By

Published : Dec 12, 2021, 4:54 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଚଣ୍ଡିଗଡରେ ଚିହ୍ନଟ ହେଲେ ଆଉ 3 ଓମିକ୍ରନ ସଂକ୍ରମିତ । ଆଜିର ଏହି 3 ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 36କୁ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ଆନ୍ଧ୍ର ପ୍ରଦେଶରେ ଓମିକ୍ରନ ସଂକ୍ରମଣ ସାମ୍ନାକୁ ଆସିଥିବାବେଳେ ସଂକ୍ରମିତ ଜଣଙ୍କ 34 ବର୍ଷୀୟ ବିଦେଶ ଫେରନ୍ତା ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆନ୍ଧ୍ର ସଂକ୍ରମିତ ଜଣଙ୍କ ବିଦେଶରୁ ମୁମ୍ବାଇ ଫେରିଥିବାବେଳେ ସେଠାରେ ମଧ୍ୟ ପରୀକ୍ଷା କରାଇଥିଲେ । ହେଲେ ସେଠାରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଗତ 27 ତାରିଖରେ ସେ ବିଶାଖାପାଟନମ ଫେରିଥିଲେ । ତାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା । ସେ 11 ତାରିଖରେ ସେ ବିଜୟନଗରମରେ RT-PCR ଟେଷ୍ଟ କରିଥିବାବେଳେ ସେ ନୂଆ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଥିବା ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ଚଣ୍ଡିଗଡରେ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ 20 ବର୍ଷୀୟ ବୋଲି ସୂଚନା ମିଳିଛି । ଗତମାସ 22 ନଭେମ୍ବରରେ ସଂକ୍ରମିତ ଜଣଙ୍କ ଇଟାଲୀରୁ ଫେରିଥିବା ନେଇ ସୂଚନା ଦେଇଛି ଚଣ୍ଡିଗଡ ସ୍ବାସ୍ଥ୍ୟ ବିଭାଗ । ସେହିପରି କର୍ଣ୍ଣାଟକରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ପୂର୍ବରୁ 2 ଜଣ ଚିହ୍ନଟ ହୋଇସାରିଥିବାବେଳେ ଆଜିର ସଂଖ୍ୟାକୁ ମିଶାଇ ସଂଖ୍ୟା 3କୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ:-Omicron Tension: 4 ଜିଲ୍ଲାକୁ ଆସିଛନ୍ତି ସର୍ବାଧିକ ବିଦେଶ ଫେରନ୍ତା

ଦେଶରେ ପ୍ରଥମେ ଏହି ଭୂତାଣୁ କର୍ଣ୍ଣାଟକରେ ଚିହ୍ନଟ ହୋଇଥିଲେ। ଉଭୟ ପୁରୁଷ ସଂକ୍ରମିତ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ପରବର୍ତ୍ତୀ ସମୟରେ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ ସଂଖ୍ୟା 36ରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଦ୍ଧା କେହି ପ୍ରାଣ ହରାଇନଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସଂକ୍ରମିତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ନଥିବାବେଳେ ଅଧିକାଂଶ ବିଦେଶାଗତ ବୋଲି ସୂଚନା ରହିଛି । ବିଦେଶ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ବିମାନବନ୍ଦରରେ RT-PCR ଟେଷ୍ଟ ସହ ସଙ୍ଗରୋଧରେ ରହିବା ମଧ୍ୟ ବାଧ୍ୟତାମୂଳକ କରି ସାରିଛନ୍ତି ବିଭିନ୍ନ ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.