ETV Bharat / bharat

ନାରଦା ମାମଲା: ଗିରଫ ପରେ ଚର୍ଚ୍ଚାରେ କୋଲକାତାର 3 ପୂର୍ବତନ ମେୟର - ଶୋଭନ ଚାଟାର୍ଜୀ

ବହୁଚର୍ଚ୍ଚିତ ନାରଦା ମାମଲାରେ ଗିରଫ ହେବା ପରେ ବର୍ତ୍ତମାନ କୋଲକାତାର 3 ପୂର୍ବତନ ମେୟର ଚର୍ଚ୍ଚାରେ। ଜାଣନ୍ତୁ କାହିଁକି...

ନାରଦା ମାମଲା: ଗିରଫ ପରେ ଚର୍ଚ୍ଚାରେ କୋଲକାତାର 3 ପୂର୍ବତନ ମେୟର

author img

By

Published : May 18, 2021, 9:59 AM IST

କୋଲକାତା: ବହୁଚର୍ଚ୍ଚିତ ନାରଦା ମାମଲାରେ ସିବିଆଇ ଟିଏମସିର 4 ଜଣ ନେତାଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଟିଏମସିର 3 ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ ଓ ଫିରହାଦ ହାକିମ ଚର୍ଚ୍ଚାରେ ରହିଥିବା ଜଣାପଡିଛି । ଗିରଫ ହୋଇଥିବା ନେତାମାନେ କ୍ୟାମେରା ସମ୍ମୁଖରେ ଲାଞ୍ଚ ନେଇଥିବା କାରଣରୁ ତାଙ୍କୁ ସିବିଆଇ ଘଟଣାର 4 ବର୍ଷ ପରେ ତାଙ୍କୁ ଗତକାଲି(ସୋମବାର) ଗିରଫ କରିଥିଲା ।

ଏଥିରେ ମମତା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଓ ଫିରହାଦ ହାକିମ ରହିଛନ୍ତି । ଏହାସହିତ ଟିଏମସିର ଅନ୍ୟ ନେତା ମଦନ ମିତ୍ର ଏବଂ ବିଜେପିର ପୂର୍ବତନ ନେତା ଶୋଭନ ଚାଟାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଶୋଭନ ପୂର୍ବରୁ ଟିଏମସି ନେତା ଥିବା ବେଳେ ନିର୍ବାଚନ ପାଇଁ ବିଜେପି ଦଳରେ ଯୋଗ ଦେଇଥିଲେ । ତେବେ ବିଜେପିରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ବିଜେପି ଦଳରୁ ଓହରିଥିଲେ । ଗିରଫ ହୋଇଥିବା ସୁବ୍ରତ ମୁଖାର୍ଜୀ, ଶୋଭନ ଚାଟାର୍ଜୀ ଓ ଫିରହାଦ ହାକିମ ପୂର୍ବରୁ କୋଲକାତାର ପୂର୍ବତନ ମେୟର ଭାବେ କାର୍ଯ୍ୟ କରୁଥିଲେ । ଏହି 3 ଜଣଙ୍କ ଗିରଫ ପରେ ସେମାନେ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଶୋଭନ ଚାଟାର୍ଜୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତାଙ୍କ ବିଶ୍ବସ୍ତ ଥିଲେ । ସେ ପ୍ରଥମେ ବେହାଲର ୱାର୍ଡ ନମ୍ବର 131ରୁ ଜିତିବା ପରେ KMCରେ କାଉନସିଲର ହୋଇଥିଲେ । ଏହାପରେ 2000 ମସିହାରେ KMCରୁ ସେ ପାଣି ବିଭାଗର ମେୟର-ଇନ-କାଉନସିଲ ହୋଇଥିଲେ । ଏହି କାର୍ଯ୍ୟକୁ ସେ 2005 ମସିହା ପର୍ଯ୍ୟନ୍ତ କରିଥିଲେ । 2010 ମସିହାରେ ସେ KMCରେ ମେୟର ଭାବେ ନିଯୁକ୍ତ ହୋଇଥିଲେ । ତେବେ ତାଙ୍କ ବାନ୍ଧବୀ ବୈଶାଖୀ ବନ୍ଦୋପାଧ୍ୟାୟଙ୍କ ସହିତ ପ୍ରେମ ସମ୍ପର୍କ ବିବାଦକୁ ନେଇ ସେ 2018 ମସିହା ନଭେମ୍ବର 22 ତାରିଖରେ କୋଲକାତା ମେୟର ପଦବୀରୁ ଇସ୍ତଫା ଦେଇଥିଲେ ।

ଏହାପରେ ମମତା 2018 ମସିହା ନଭେମ୍ବର 24 ତାରିଖରେ ଫିରହାଦ ହାକିମଙ୍କୁ କୋଲକାତାର ମେୟର ଭାବେ ନିଯୁକ୍ତି ଦେଇଥିଲେ । ହାକିମ ପ୍ରଥମ ମୁସଲମାନ ମେୟର ଭାବେ କୋଲକାତାରେ କାର୍ଯ୍ୟ କରିଥିଲେ । କୋରୋନା ମହାମାରୀ ପାଇଁ କୋଲକାତା ବୋର୍ଡ ନିର୍ବାଚନ କରିନପାରିବାରୁ ହାକିମ କୋଲକାତା ପ୍ରଶାସନ ବୋର୍ଡର ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ 2021 ମସିହା ମାର୍ଚ୍ଚ 22 ତାରିଖରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ । ହାକିମ ଓ ଚାଟାର୍ଜୀଙ୍କ ତୁଳନାରେ ସୁବ୍ରତ ମୁଖାର୍ଜୀ ସଫଳତାର ସହିତ ମେୟର କାର୍ଯ୍ୟ ତୁଲାଇଥିଲେ । ସେ ପୂର୍ବରୁ କଂଗ୍ରେସ ଦଳରେ ଥିବା ବେଳେ 1999 ମସିହାରେ ଟିଏମସିରେ ଯୋଗ ଦେଇଥିଲେ । ଏହାପରେ 2000 ମସିହାରେ ସେ ମେୟର ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.