ETV Bharat / bharat

ପୁଣି ବାହା ହେଲେ ୩ ଫୁଟ ଉଚ୍ଚତାର ଯୁବକ ଯୋଗେନ୍ଦ୍ର, ସାତ ମାସ ପୂର୍ବରୁ ରୀତିନୀତିରେ କରିଥିଲେ ବିବାହ

ନିଜ ଉଚ୍ଚତାକୁ ସବୁବେଳେ ଚର୍ଚ୍ଚାରେ ଥିବା ବିହାରର ସୀତାମଢି ଜିଲ୍ଲାର ଯୁବକ ଯୋଗେନ୍ଦ୍ର ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Jun 7, 2023, 8:14 AM IST

remarriage of  3 feet Yogendra and Pooja
ବିବାହ କଲେ ୩ ଫୁଟ ଉଚ୍ଚତାର ଯୁବକ

ପାଟନା: ନିଜର ଉଚ୍ଚତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିହାରର ସୀତାମଢି ଜିଲ୍ଲାର ଯୋଗେନ୍ଦ୍ର । ସାତ ମାସ ପୂର୍ବେ ୩ ଫୁଟର ଯୁବକ ଯୋଗେନ୍ଦ୍ରଙ୍କ ମନରେ ବିବାହ ପାଇଁ ଆଶା ସଞ୍ଚାର ହୋଇଥିଲା । ଅନେକ ଚେଷ୍ଟା ପରେ ଯୋଗେନ୍ଦ୍ର ନିଜ ଉଚ୍ଚତାର ଜଣେ ଝିଅକୁ ନିଜ ଜୀବନସାଥୀ ଭାବେ ବାଛିଥିଲେ । ଗତ ବର୍ଷ ନଭେମ୍ବର ମାସରେ ଉଭୟଙ୍କ ବିବାହ ହୋଇଥିଲା । ବିବାହର ସାତ ମାସ ପରେ ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ଯୋଗେନ୍ଦ୍ର ।

ଯୋଗେନ୍ଦ୍ର ବିବାହରେ ପ୍ରତିବନ୍ଧକ ସାଜିଥିଲା କମ ଉଚ୍ଚତା । ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ ଥିବାରୁ ସେ ବିବାହ ପାଇଁ ସମସ୍ୟା ଦେଖାଦେଇଥିଲା । ଅନେକ ଖୋଜିବା ପରେ ଶେଷରେ ଯୋଗେନ୍ଦ୍ରଙ୍କ ଜୀବନରେ ପୂଜା ଆସିଥିଲେ । ତେବେ ପୂଜାଙ୍କ ଉଚ୍ଚତା ୩.୫ ଥିବା ଜଣାପଡ଼ିଛି । ଉଭୟେ ପ୍ରସ୍ତାବରେ ରାଜି ହୋଇ ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । କିନ୍ତୁ ସାମାଜିକ ରୀତିନୀତିରେ ବିବାହ କରିବା ସତ୍ତ୍ବେ ସରକାରୀ ଯୋଜନାରେ ସାମିଲ ହୋଇପାରିନଥିଲେ । ତେଣୁ ପୁନଃ ଆଇନ ଆନୁଯାୟୀ କୋର୍ଟରେ ବିବାହ କରିଛନ୍ତି ।

remarriage of  3 feet Yogendra and Pooja
ବିବାହ କଲେ ୩ ଫୁଟ ଉଚ୍ଚତାର ଯୁବକ

ଯୋଗେନ୍ଦ୍ର ସରକାରୀ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ବିଭାଗୀୟ ଅଧିକାରୀମାନେ କହିଥିଲେ ଯେ, ବର୍ତ୍ତମାନ ନିୟମ ବଦଳି ଯାଇଛି । ଯେଉଁମାନଙ୍କ ପାଖରେ ବିବାହ ପ୍ରମାଣ ପତ୍ର ଅଛି କେବଳ ସେମାନେ ହିଁ ଏହି ଯୋଜନା ପାଇଁ ଯୋଗ୍ୟ ହେବେ । ତାପରେ ସେ ବିବାହ ପଞ୍ଜୀକରଣ ପାଇଁ କୋର୍ଟରେ ଆବେଦନ କରିଥିଲେ । ଗତ ସୋମବାର ଦିନ ଯୋଗେନ୍ଦ୍ର ଓ ପୂଜା କୋର୍ଟରେ ପୁଣି ଥରେ ବିବାହ କରିଛନ୍ତି । ଏହି ସମୟରେ ଦୁହେଁ ବେଶ ଖୁସିଥିଲେ ଏବଂ ଦ୍ବିତୀୟ ଥର ବିବାହ କରି ଭଲ ଲାଗୁଛି ବୋଲି କହିଛନ୍ତି । କୋର୍ଟରୁ ବିବାହ ପ୍ରମାଣ ପତ୍ର ପାଇବା ପରେ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ଏନେଇ ପୂଜା ଓ ଯୋଗେନ୍ଦ୍ର କହିଛନ୍ତି ଯେ, "କୋର୍ଟରେ ବିବାହ ପଞ୍ଜୀକରଣ କରି ଖୁସି ଲାଗୁଛି । ବର୍ତ୍ତମାନ ସରକାରଙ୍କ ଯୋଜନାରେ ଆମେ ଲାଭବାନ ହୋଇପାରିବୁ ବୋଲି ଆଶା କରୁଛୁ । ସରାକାରଙ୍କ ପକ୍ଷରୁ ସହାୟତା ରାଶି ମିଳିବ । ସେହି ଟଙ୍କାରେ ବ୍ୟବସାୟ କରିବା ପାଇଁ ଯୋଜନା କରିଛି । ଦିବ୍ୟାଙ୍ଗ ସହାୟତା ରାଶି ଅନୁଯାୟୀ, ଦୁହିଁଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଏବଂ ଅନ୍ତଃ ଜାତି ବିବାହ ଲାଗି ୨.୫ ଲକ୍ଷ ଟଙ୍କା ମିଳିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.