ETV Bharat / bharat

Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS

author img

By

Published : May 10, 2023, 8:01 PM IST

କର୍ଣ୍ଣାଟକରେ ବହୁମତ ଠାରୁ ପଛରେ ଉଭୟ ବିଜେପି ଓ କଂଗ୍ରେସ । କିଙ୍ଗ୍‌ମେକର ହେବ JDS । ବିଜେପି ଠାରୁ କଂଗ୍ରେସ ଆଗରେ ରହିବା ନେଇ ଏକାଧିକ ଏକଜିଟ୍‌ ପୋଲରେ ପୂର୍ବାଆକଳନ । 13 ତାରିଖରେ ଜନାଦେଶ । ଅଧିକ ପଢନ୍ତୁ

Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS
Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି କିମ୍ବା କଂଗ୍ରେସକୁ ମିଳିବନାହିଁ ଏକକ ବହୁମତ । କଡା ମୁକାବିଲା ମଧ୍ୟରେ ଉଭୟ ଦଳ ବହୁମତଠାରୁ ପଛରେ ରହିବେ । ରାଜ୍ୟରେ ଚଳିତଥର ଝୁଲା ସରକାର ଗଠନ ହେବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଏପରି ସ୍ଥଳରେ ଦେବେଗୌଡାଙ୍କ ଜନତା ଦଳ ସିକ୍ୟୁଲାର(JDS) ସରକାର ଗଠନରେ ନର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ଆଜି (ବୁଧବାର) ମତଦାନ ଶେଷ ହେବା ପରେ ଏକାଧିକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବୁଥବାହୁଡା ଜନମତ ସର୍ଭେ(ଏକ୍‌ଜିଟ ପୋଲ)ରେ ଏପରି ପୂର୍ବାକଳନ ପ୍ରକାଶ କରାଯାଇଛି ।

ଏକାଧିକ ଜାତୀୟ ଗଣମାଧ୍ୟମ ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲରେ ଝୁଲା ସରକାର ଗଠନ ସହ କଂଗ୍ରେସ ବିଜେପି ଅପେକ୍ଷା ସାମାନ୍ଯ ଆଗରେ ରହିବା ନେଇ ମଧ୍ୟ ଅନୁମାନ ପ୍ରକାଶ ପାଇଛି । ନ୍ୟୁଜ୍‌ ନେସନ୍‌ ଓ ସିଜିଏସ ଦ୍ବାରା କରାଯାଇଥିବା ସର୍ଭେରେ ବିଜେପିକୁ ସର୍ବାଧିକ 114 ଆସନ ମିଳିଛି । ସେହିପରି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ସହଯୋଗୀ 86ଟି ଆସନ ଓ ଜେଡିଏସକୁ 20ରୁ 22 ଆସନ ମିଳିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି । ଏବିପି ନ୍ୟୁଜ ଓ ସି-ଭୋଟର ପକ୍ଷରୁ କରାଯାଇଥିବା ଆକଳନରେ କଂଗ୍ରେସ ବିଜେପିଠାରୁ ଆଗରେ ରହିଛି । କଂଗ୍ରେସକୁ 81-101 ଆସନ ମିଳିବାକୁ ଥିବା ବେଳେ ବିଜେପି 66-86 ଆସନ ମଧ୍ୟରେ ସୀମିତ ରହିବ ଓ ଜେଡିଏସ 20-27 ଆସନ ଜିତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି ।

ରିପ୍ଲବିକ ଟିଭି-P MARQ ପକ୍ଷରୁ ମଧ୍ୟ କଂଗ୍ରେସକୁ ସର୍ବାଧିକ 94-108 ଆସନ ମିଳିଛି । ବିଜେପି 85-100 ଆସନ ସହ ଦ୍ବିତୀୟ ସ୍ଥାନରେ ରହିବ । ସେହିପରି ଜେଡିଏସ 24-32 ଆସନ ହାତେଇବା ନେଇ ଆକଳନ ପ୍ରକାଶ ପାଇଛି । ସୁବର୍ଣ୍ଣ ନ୍ୟୁଜ-ଜନି-କି-ବାତ ବିଜପିକୁ 94-117 ଆସନ ପ୍ରଦାନ କରି ସରକାର ଗଠନ କରିବା ନେଇ ଆକଳନ ପ୍ରକାଶ କରିଛି । କଂଗ୍ରେସ 91-106 ଆସନ ଓ ଜେଡିଏସ 14-24 ଆସନ ହାତେଇବାରେ ସଫଳ ହେବ । ଟିଭି-9 ଭାରତବର୍ଷ ଓ ପୋଲଷ୍ଟ୍ରାଟ ପକ୍ଷରୁ କଂଗ୍ରେସକୁ ସର୍ବାଧିକ 99-109 ଆସନ ଓ ବିଜେପିକୁ 88-98 ଆସନ ମିଳିବା ଆକଳନ କରାଯାଇଛି । ଜେଡିଏସ 25-33 ଆସନ ହାତେଇବା ନେଇ ସଂସ୍ଥା ତାର ପୂର୍ବାକଳନରେ ପ୍ରକାଶ କରିଛି । ଜି ନ୍ୟୁଜ- ମାର୍ଟିଜ ପକ୍ଷରୁ 79-94ଟି ଆସନ ବିଜେପିକୁ ଓ 103-118 ଆସନ ସହ କଗ୍ରେସକୁ ବହୁମତ ମିଳିବା ନେଇ ଆକଳନ କରାଯାଇଛି । ସେହିପରି ଜେଡିଏସକୁ 25-33 ଆସନ ମିଳିବା ନେଇ ଆକଳନ କରିଛି ଜି ନ୍ୟୁଜ-ମାର୍ଟିଜ ।

ଏପରି ସ୍ଥଳେ ଅଧିକାଂଶ ଗଣମାଧ୍ୟମ ସର୍ଭେରେ କଂଗ୍ରେସ ବିଜେପିଠାରୁ ଆସନ ସଂଖ୍ୟାରେ ଆଗରେ ଥିଲେ ମଧ୍ୟ ବହୁମତ ହାସଲ କରିବାରେ ପଛରେ ରହିଛି । ଉଭୟ ଜାତୀୟ ଦଳ ବିଜେପି କିମ୍ବା କଂଗ୍ରେସ ଏକକ ସରକାର ଗଠନ କରିବାରେ ସଫଳ ହେବା ପରି ଦୃଶ୍ୟମାନ ହେଉନାହିଁ । ଏପରିସ୍ଥଳେ ନିର୍ଦ୍ଦଳୀୟ ଓ ଅନ୍ୟ ବିଜେତାଙ୍କ ସଂଖ୍ୟା ମଧ୍ୟ ସେତେ ନଥିବା ବେଳେ ଜେଡିଏସ ହିଁ ପ୍ରାୟ 20ରୁ 25 ଆସନ ହାସଲ କରି ସରକାର ଗଠନ କରିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ଆଜି ଭୋଟିଂ ଶେଷ ହୋଇଥିବା ବେଳେ 13 ତାରିଖରେ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.