ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ମହାରାଷ୍ଟ୍ରର ହିଙ୍ଗୋଲିରେ ୩.୪ ତିବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ହିଙ୍ଗୋଲିରେ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହାର ଅକ୍ଷାଂଶ ୧୯.୪୩ ହୋଇଥିବା ବେଳେ ଦ୍ରାଘିମା ୭୭.୧୮ ରହିଛି ଓ ଗଭୀରତା ୧୦ କିଲୋମଟର ରହିଥିବା ସୂଚନା ମିଳିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଏହା ପୂର୍ବରୁ ମହାରାଷ୍ଟ୍ରର ପାଲଘର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିବା ପାଲଘର ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି।
@ANI