ETV Bharat / bharat

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ୩ ମୃତ ୪ ନିଖୋଜ

author img

By

Published : Jul 19, 2021, 8:56 AM IST

ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ । ବାଦଲ ଫଟା ବର୍ଷାରେ ୩ ମୃତ ୪ ନିଖୋଜ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ୩ ମୃତ ୪ନିଖୋଜ

ଡେରାଡୁନ୍: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର ତାଣ୍ଡବ । ବିଗତ କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଦେବଭୂମି ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଗତକାଲି ଉତ୍ତରକାଶୀର ମାଣ୍ଡୋ ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଗୋଚିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ନିଖୋଜଥିବା ଜଣାପଡିଛି । ତେବେ ମୃତକଙ୍କ ମଧ୍ୟକରୁ ୨ଜଣ ମହିଳା ହୋଇଥିବା ବେଳେ ଜଣେ ୬ବର୍ଷର ଶିଶୁ ରହିଛି । ମୃତ ୨ ମହିଳା ହେଉଛନ୍ତି ମାଧୁରୀ ଓ ରିତୁ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି ।

ଉତ୍ତରକାଶୀ ଜିଲ୍ଲାର ମାଣ୍ଡୋଗ୍ରାମରେ ହଠାତ ବାଦଲଫଟା ବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଟିମ୍ ଇନଚାର୍ଜ ଇନ୍ସପେକ୍ଟର ଜଗଦମ୍ବା ପ୍ରସାଦ ସୂଚନା ଦେଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ମାଣ୍ଡୋ ଗାଁର କିଛି ଅଞ୍ଚଳରେ ଅନେକ ଘର ପାଣିରେ ବୁଡି ରହିଥିଲା ବୋଲି ଏସଡିଆରଏଫ କହିଛି ।

ତେବେ ପ୍ରବଳ ବର୍ଷା ଯୋଗୁଁ ଗଙ୍ଗୋତ୍ରି ରାସ୍ତାର ମାଣ୍ଡୋ ଗାଁର ଡ୍ରେନରୁ ପାଣି ଆସୁଥିବାରୁ କିଛି ଲୋକ ଗାଁରେ ଫସିରହିଥିଲେ । ଏନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏସଡିଆରଏଫକୁ ସୂଚନା ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଏସଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.