ETV Bharat / bharat

କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ: ୩ ଯବାନ ଶହୀଦ

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ୩ ଜଣ ଯବାନ ଶହୀଦ । ଅଧିକ ପଢନ୍ତୁ

author img

By

Published : Aug 5, 2023, 7:08 AM IST

Updated : Aug 5, 2023, 8:37 AM IST

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି । କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ଆତଙ୍କୀ ସହ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ସେନା ପକ୍ଷରୁ ଏକ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ହାଲନ ଜଙ୍ଗଲର ପର୍ବତ ଶିଖରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗତକାଲି(ଶୁକ୍ରବାର) ଭାରତୀୟ ସେନାକୁ ଖବର ମିଳିଥିଲା । ଏହାପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଆତଙ୍କବାଦୀମାନେ ଅତର୍କିତ ଭାବେ ସେନା ଉପରେ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ୩ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଯାକ ଯବାନ ଶହୀଦ ହୋଇଯାଇଥିବା ଶୁକ୍ରବାର ସେନା ସୂଚନା ଦେଇଛି । ଏହି ଘଟଣା ପରେ ଅତିରିକ୍ତ ଫୋର୍ସ ପଠାଯାଇ ହାଲନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଏହାମଧ୍ୟ ପଢନ୍ତୁ : ମିଳିଲେ କୁଲଗାମରୁ ନିଖୋଜ ହୋଇଯାଇଥିବା ଯବାନ

ପ୍ରକାଶ ଥାଉକି, ଦୁଇ ମାସ ତଳେ ରଜୌରୀ ଜିଲ୍ଲାରେ ଆତଙ୍କୀଙ୍କ ଭୟଙ୍କର ଆକ୍ରମଣରେ ୫ ଜଣ ଯବାନ ଶହୀଦ ହୋଇଥିଲେ । ରଜୌରୀ କାଣ୍ଡି ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପେରସନ ଚାଲିଥିବା ବେଳେ ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଏଥିରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଅନ୍ୟପଟେ ଜମ୍ମୁ-କାଶ୍ମୀର ପୋଲିସ ଗତକାଲି ଆତଙ୍କୀ ସଂଗଠନର ଲସ୍କର ଏ ତୋଏବାର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନେ ଲସ୍କର ଏ ତୋଏବାର ଶାଖା ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ଜଡିତ ଥିଲେ । ୩ ଜଣ ଶ୍ରୀନଗର ସହରରେ ଆତଙ୍କୀ କାର୍ଯ୍ୟ ଘଟାଇବାକୁ ଯୋଜନା କରୁଥିଲେ । ଶ୍ରୀନଗର ପୋଲିସର ଏକ ଟିମ୍ ସମସ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି ହ୍ୟାଣ୍ଡ ଗ୍ରେନେଡ, ୧୦ଟି ପିସ୍ତଲର ଗୁଳି, ୨୫ ଏକେ-୪୭ ଗୁଳି ଜବତ କରାଯାଇଛି ।

Last Updated : Aug 5, 2023, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.