ETV Bharat / bharat

ଚାକିରି ଲୋଭରେ ବିଦେଶ ଯାଇଥିଲେ, ପ୍ରତାରଣାର ଶୀକାର ହୋଇ ଫେରିଲେ 2 ଯୁବତୀ - ପଞ୍ଜାବ କପୁରଥାଲା

ଯୁବକ ଯୁବତୀ ନିଜ ଭବିଷ୍ୟତ ଏବଂ ପରିବାର ବିଷୟରେ ଚିନ୍ତା କରି ଟଙ୍କା ରୋଜଗାର କରିବା ଆଶାରେ ବିଦେଶକୁ ଚାଲିଯାଉଛନ୍ତି । ବିଦେଶ ଯାଇ ସେଠାରେ ଠକ ଏଜେଣ୍ଟମାନଙ୍କର ପ୍ରତାରଣାର ଶୀକାର ହେଉଛନ୍ତି । ଏଭଳି ଏକ ସ୍ଥିତିରେ ପଡ଼ିବା ପରେ ବୈଦେଶିକ ବ୍ୟପାର ମନ୍ତ୍ରୀ ଓ ଦୂତବାସଙ୍କ ସହଯୋଗରେ ଉଦ୍ଧାର ହୋଇଛନ୍ତି ଦୁଇ ଯୁବତୀ । ଅଧିକ ପଢ଼ନ୍ତୁ

ପ୍ରତାରଣାର ଶୀକାର ହେଲେ 2 ଯୁବତୀ
ପ୍ରତାରଣାର ଶୀକାର ହେଲେ 2 ଯୁବତୀ
author img

By

Published : Aug 7, 2023, 5:51 PM IST

Updated : Aug 8, 2023, 7:16 AM IST

ଚଣ୍ଡିଗଡ଼: ଆଜିକାଲିର ଅନେକ ଯୁବପିଢି ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ୁଛନ୍ତି । ଯୁବପିଢ଼ି ନିଜ ଭବିଷ୍ୟତ ଏବଂ ପରିବାର ବିଷୟରେ ଚିନ୍ତା କରି ଟଙ୍କା ରୋଜଗାର କରିବା ଆଶାରେ ବିଦେଶ ଯାଉଛନ୍ତି । ବିଦେଶ ଗସ୍ତ କରିବା ପରେ ଏମାନଙ୍କ ମଧ୍ୟରୁ ଅନେକ ନିଜ ଭବିଷ୍ୟତ ଗଢ଼ିବାରେ ସଫଳ ହେଉଥିବା ବେଳେ ଅନେକ ଯୁବକ ଯୁବତୀ ଏଜେଣ୍ଟ୍‌ମାନଙ୍କ ଦ୍ବାରା ବିଦେଶରେ ପ୍ରତାରଣାର ଶୀକାର ମଧ୍ୟ ହେଉଛନ୍ତି । ପଞ୍ଜାବର କପୁରଥାଲା ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଦୁଇ ଯୁବତୀ ଇରାନରେ ପ୍ରତାରିତ ହେବାପରେ ତାଙ୍କୁ ଉଦ୍ଧାର କରି ଫେରାଇ ଅଣା ଯାଇଛି ।

ଏଠାରେ 2ଜଣ ଯୁବତୀ ଇରାନ ଯାଇ ସେଠାରେ ଠକ ଏଜେଣ୍ଟମାନଙ୍କର ପ୍ରତାରଣାର ଶୀକାର ହୋଇଥିଲେ । ତେବେ ଯୁବତୀମାନେ କିପରି ପ୍ରତାରଣାର ଶୀକାର ହୋଇଥିଲେ ତାହା ବଖାଣିଛନ୍ତି । ପୀଡ଼ିତାଙ୍କ ମୁତାବକ, ସେମାନଙ୍କ ପିତାମାତା ସେମାନଙ୍କୁ ବିକି ଦେଇଥିଲେ । ବିଦେଶରେ କୌଣସି ଅଫିସରେ କାମ ଦେବାକୁ କହି ସେମାନଙ୍କୁ ନିଆଯାଇଥିଲା । ଏହାପରେ ସେମାନଙ୍କୁ ହଂକଂ ନେବାକୁ କହି ଇରାକ୍‌ର ସୁଲେମାନିୟାକୁ ପଠାଯାଇଥିଲା । ସେଠାରେ ସେମାନଙ୍କ ଟିକେଟ୍‌ ଏବଂ ପାସପୋର୍ଟ୍‌କୁ ଛଡ଼ାଇନେବା ସହ ସେମାନଙ୍କଠାରୁ 70 ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଧୋକା ଦେଇଗଲା ଫେସବୁକ ପ୍ରେମ, ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା

ତେବେ ଯେତେବେଳେ ସେମାନଙ୍କୁ ଅଫିସକୁ ପଠାଯାଇଥିଲା ସେତେବେଳେ ସେଠାରେ କିଛି ବ୍ୟକ୍ତି ବସିଥିବାର ଦେଖିଥିଲେ। ସେମାନେ ତାଙ୍କୁ ଦେଖି ପସନ୍ଦ କରୁଥିବା କହିଥିଲେ । ଏହା ପରେ ସେମାନେ ଜାଣିବାକୁ ପାଇଥିଲେ ଯେ ସେମାନଙ୍କୁ ସେଠାରେ ବିକ୍ରି କରାଯାଇଛି ଏବଂ ଅନୈତିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଏଠାକୁ ଅଣାଯାଇଛି । ଏହାସହ ସେଠାରେ ସେମାନଙ୍କୁ ଶାରିରୀକ ନିର୍ଯାତନା ଦିଆଯିବା ସହ ଶୋଷଣ ଓ ଅନେକ ସମୟରେ ମାର୍‌ପିଟ୍‌ ମଧ୍ୟ କରାଯାଉଥିଲା । ତେବେ କୌଣସି ପ୍ରକାରରେ ପିଡ଼ିତାମାନେ ସେମାନଙ୍କ ପରିବାରକୁ ଏହି ପରିସ୍ଥିତି ବିଷୟରେ ଜଣାଇଥିଲେ । ଏହାପରେ ସେମାନଙ୍କ ପରିବାର ଲୋକେ ରାଜ୍ୟସଭା ସଦସ୍ୟ ସନ୍ଥ ସେଚେଓ୍ବାଲଙ୍କୁ ଏନେଇ ସୂଚନା ଦେଇଥିଲେ । ସନ୍ଥ ସେଚେଓ୍ବାଲଙ୍କ ସହଯୋଗରେ ସେମାନେ ସେଠାରୁ ନିଜ ପରିବାର ନିକଟକୁ ଫେରିଛନ୍ତି ।

ସନ୍ଥ ସେଚେଓ୍ବାଲ ଦେଇଥିବା ସୂଚନା ଅନୁସାରେ ଯୁବତୀମାନଙ୍କୁ ଫେରାଇବା ପାଇଁ ଦୁର୍ବୃତ୍ତମାନେ 10-12 ଲକ୍ଷ ଟଙ୍କାର ଦାବି କରୁଥିଲେ । ଏହାପରେ ସେ ବୈଦେଶିକ ବ୍ୟପାର ମନ୍ତ୍ରୀ ଓ ଦୂତବାସଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ସେମାନଙ୍କ ସହଯୋଗରେ ଯବତୀମାନଙ୍କୁ ଭାରତକୁ ଅଣାଯାଇଛି । ତେବେ ସନ୍ଥ ସେଚେଓ୍ବାଲ ଅନ୍ୟମାନଙ୍କୁ ନିବେଦନ କରିଛନ୍ତି ଯେ, ଯୁବକ ଯୁବତୀ ଭୁଲ ବାଟରେ ବିଦେଶକୁ ଯିବା ଉଚିତ ନୁହେଁ କିମ୍ବା କୌଣସି ଠକମାନଙ୍କ କଥାକୁ ବିଶ୍ବାସ କରିବା ଉଚିତ ନୁହେଁ ।

Last Updated : Aug 8, 2023, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.