ETV Bharat / bharat

ଗତ 24 ଘଣ୍ଟାରେ 2.76 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3874 ମୃତ

author img

By

Published : May 20, 2021, 10:38 AM IST

Updated : May 20, 2021, 3:42 PM IST

ଦେଶରେ ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 76 ହଜାର 70 ଜଣ ନୂଆ ସଂକ୍ରମିତ ଚିହ୍ନଟ ଏବଂ 3 ହଜାର 874 ଜଣ ମୃତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ 2.76 ଲକ୍ଷ ନୂଆ ସଂକ୍ରମଣ, 3ହଜାର 874 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ ହେଉଛି କୋରୋନା ଗ୍ରାଫ୍ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 76 ହଜାର 70 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ 3 ହଜାର 874 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ 2 କୋଟି 57 ଲକ୍ଷ 72 ହଜାର 400କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମିଛି । ଫଳରେ ଦେଶର ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ଲକ୍ଷ 87 ହଜାର 122ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟାରେ 3 ଲକ୍ଷ 69 ହଜାର 77 ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଫଳରେ ବର୍ତ୍ତମାନ ଦେଶରେ ମୋଟ ସୁସ୍ଥସଂଖ୍ୟା 2 କୋଟି 23 ଲକ୍ଷ 55 ହଜାର 400 ରହିଛି ।

ଅନ୍ୟପଟେ ବର୍ତ୍ତମାନ ଦେଶରେ 31 ଲକ୍ଷ 29 ହଜାର 878ଟି ସକ୍ରିୟ ମାମଲା ରହିଛି । ତେବେ ଦେଶରେ ଏଯାବତ୍ 18 କୋଟି 70 ଲକ୍ଷ 9 ହଜାର 792 କୋରୋନା ପରୀକ୍ଷା କରାଯାଇଛି ।

@ANI

Last Updated : May 20, 2021, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.