ETV Bharat / bharat

ହରିୟାଣାରେ ବିଷାକ୍ତ ମଦ ପିଇ 27 ମୃତ

author img

By

Published : Nov 5, 2020, 8:53 PM IST

ହରିୟାଣାରେ ବିଷାକ୍ତ ମଦପିଇ 27 ଜଣଙ୍କର ପ୍ରାଣହାନୀ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଷ୍ଟମଟର୍ମ ରିପୋର୍ଟ ପରେ ମୃତ୍ଯୁର କାରଣ ସ୍ପଷ୍ଟ ହେବ । ଅଧିକ ପଢନ୍ତୁ...

ହରିଆଣାରେ ବିଶାକ୍ତ ମଦପିଇ 27 ମୃତ
ହରିଆଣାରେ ବିଶାକ୍ତ ମଦପିଇ 27 ମୃତ

ଚଣ୍ଡିଗଡ: ବିଷାକ୍ତ ମଦ ପିଇ 27 ଜଣଙ୍କ ମୃତ୍ୟୁ ଘଟିଛି । ଏପରି ଏକ ଦୁଃଖଦ ଘଟଣା ହରିୟାଣାର ସୋନୀପତ ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାରେ ଗତ 3,4 ଦିନ ମଧ୍ୟରେ ବିଷାକ୍ତ ମଦପିଇ 27 ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ ଅଞ୍ଚଳର ଜଣେ ମୃତକ ସନ୍ଦିପଙ୍କ ଭାଇ ମନ୍ଦିପ କହିଛନ୍ତି ଯେ, ସନ୍ଦିପ ସବୁବେଳେ ମଦପିଅନ୍ତି । କିନ୍ତୁ ସେ ଗତ ରବିବାର ଦିନ କମ ମଦପିଇଥିଲେ । ତଥାପି ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ହରିଆଣାରେ ବିଶାକ୍ତ ମଦମୃତ୍ୟୁ ମାମଲା

ତେବେ ସୋନୀପତ ପୋଲିସକୁ ଏବାବଦରେ କୌଣସି ଖବର ଜଣାନଥିଲା । ମାମଲା ବାବଦରେ ଖବର ପାଇବା ମାତ୍ରେ ସୋନୀପତ ଥାନା ସିଆଇଏ ଏବଂ କ୍ରାଇମବ୍ରାଞ୍ଚ ପୋଲିସ କଲୋନୀ ଉପରେ ଚଢାଉ କରି ଏକ ଦୋକାନରୁ ବିପୁଳ ପରିମାଣର ବେଆଇନ ମଦ ଜବତ କରିଛି । ସେପଟେ ବିଷାକ୍ତ ମଦପିଇ 20 ଜଣ ପ୍ରାଣ ହରାଇଛନ୍ତି ଏବଂ ବରୋଦା ଉପନିର୍ବାଚନରେ ​​ପୋଲିସ ବ୍ୟସ୍ତଥିବାରୁ ବେଆଇନ ମଦ ବ୍ୟବସାୟ ବୃଦ୍ଧି ପାଇଛି ବୋଲି ଡିଏସପି ବିରେନ୍ଦ୍ର ସିଂ କହିଛନ୍ତି । ସେ କହିଛନ୍ତି ଯେ, ଏବାବଦରେ ଗଣମାଧ୍ୟମରୁ ଖବର ପାଇବା ପରେ ପୋଲିସ ଅଞ୍ଚଳରେ ଚଢାଉ କରି ବେଆଇନ ମଦ ଜବତ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.