ETV Bharat / bharat

ସଚେତନ ରହିଲେ, କୋରୋନାକୁ ହରାଇଲେ ଗୋଟିଏ ପରିବାରର 26 ସଦସ୍ୟ

author img

By

Published : May 14, 2021, 11:25 AM IST

ଗୋଟିଏ ପରିବାରର 26 ଜଣ ସଦସ୍ୟ ଘାତକ କୋରୋନାକୁ ପରାସ୍ତ କରି ସୃଷ୍ଟି କଲେ ଉଦାହରଣ । ଉତ୍ତରପ୍ରଦେଶ ପ୍ରୟାଗରାଜରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ...

prayagraj
prayagraj

ଲକ୍ଷ୍ନୌ: ଦେଶରେ ମହାମାରୀ ଅନେକ କରୁଣ କାହାଣୀ ରଚି ଚାଲିଛି । କୋଉଠି ନିଶ୍ବାସ ଟିକିଏ ନ ପାଇ ସ୍ତ୍ରୀ କୋଳରେ ସ୍ବାମୀ ଆଖି ବୁଜିଛି ତ ଆଉ କେଉଁଠି ଝିଅ ଆଗରେ ବାପା ଆରପାରିକୁ ଚାଲି ଯାଉଛି । ଦେଶରେ ହୁ ହୁ ହୋଇ ବଢିଚାଲିଚି ମୃତ୍ୟୁସଂଖ୍ୟା । ଇତିମଧ୍ୟରେ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୋଟିଏ ପରିବାରର 26 ଜଣ ସଦସ୍ୟ ଘାତକ କୋରୋନାକୁ ପରାସ୍ତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏପ୍ରିଲ ମାସରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଏହି ପରିବାର ଯୋଗଭ୍ୟାସ, ପୁଷ୍ଟିକର ଖାଦ୍ୟ ସେବନ, କୋଭିଡ ନିୟମାବଳୀର ଅନୁପାଳନ ଓ ସଚେତନତା ଅନୁସରଣ କରି କୋଭିଡକୁ ହରାଇ ପାରିଛନ୍ତି । ବଡ କଥା ହେଲା ସଂକ୍ରମିତଙ୍କ ମଧ୍ୟରେ କିଡନୀ ରୋଗରେ ପୀଡିତ 86 ବର୍ଷୀୟ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ଛୁଆ ମଧ୍ୟ ଥିଲେ ।

ସଚେତନ ରହିଲେ, କୋରୋନାକୁ ହରାଇଲେ
ସଚେତନ ରହିଲେ, କୋରୋନାକୁ ହରାଇଲେ

ସୂଚନାଯୋଗ୍ୟ, 85 ବର୍ଷୀୟ ରାଘବେନ୍ଦ୍ର ପ୍ରସାଦ ମିଶ୍ର ନିଜର ପରିବାର ସହ ଦକ୍ଷିଣ ମାଲକାରେ ରୁହନ୍ତି । ଗତ ଅପ୍ରିଲ ମାସରେ ପରିବାରର ଜଣେ ସଦ୍ୟସ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସମସ୍ତ ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଥିଲେ । ମାତ୍ର ପରିବାରର ଏକତା, ଅନୁଶାସନ, ସରଳ ଜୀବନଯାବନ, ଉତ୍ତମ ଚିକିତ୍ସା ପ୍ରଣାଳୀ ଏହି ପରିବାରର ସମସ୍ତ 26 ସଦସ୍ୟଙ୍କୁ ଆଜି କୋରୋନା ମୁକ୍ତ କରିଛି ।

ରାଘବେନ୍ଦ୍ର 2012 ମସିହାରେ ନିଜର ଗୋଟିଏ କିଡନୀ ନିଜ ପୁଅକୁ ଦାନ କରିଥିଲେ ଏବଂ ସେବେଠାରୁ ଗୋଟିଏ କିଡନୀରେ ଜୀବନ କାଟୁଥିଲେ । ରାଘବେନ୍ଦ୍ର ଯେତେବେଳେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ତାଙ୍କୁ ନେଇ ପରିବାରର ସମସ୍ତ ସଦସ୍ୟ ଚିନ୍ତିତ ହୋଇପଡିଥିଲେ । ତାଙ୍କ ପୁଅ ଜଣେ ଦନ୍ତ ଚିକିତ୍ସକ ହୋଇଥିବା ଯୋଗୁଁ ସେ ଏଭଳି ସଙ୍କଟ ସ୍ଥିତିରେ ନିଜ ସହ ନିଜ ପରିବାରର ଭଲ ଭାବେ ଯତ୍ନ ନେଇଥିଲେ । ସେ ସମସ୍ତ ସଦସ୍ୟଙ୍କ ରକ୍ତଚାପ, ପଲସ୍ ଓ ଅମ୍ଲଜାନ ସ୍ତର ଉପରେ ନଜର ରଖିଥିଲେ । ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ନେଇ ମଧ୍ୟ ସେ ଅକ୍ସିଜେନର ବ୍ୟବସ୍ଥା କରିଥିଲେ । ସେପଟେ ରାଘବେନ୍ଦ୍ରଙ୍କ ବୋହୁ ଜଣେ ଯୋଗ ତାଲିମ ପ୍ରାପ୍ତ ପ୍ରଶିକ୍ଷିକା ହୋଇଥିବା ଯୋଗୁଁ ସେ ପରିବାରର ସମସ୍ତ ସଦସ୍ୟଙ୍କୁ ନିୟମିତ ଯୋଗଭ୍ୟାସ କରାଉଥିଲେ । ଫଳସୂରୁପ, ଆଜି ପୂରା ପରିବାର କୋଭିଡକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.