ETV Bharat / bharat

ଅକ୍ସିଜେନ ଅଭାବରୁ ଗୋଆରେ 26 ମୃତ: ଯୋଗାଣରେ ଅନିୟମିତତାକୁ ଦୋଷ ଦେଲେ ସରକାର

ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜରେ 26 ରୋଗୀ ମୃତ । ଭଲ ଟ୍ରକ ଚାଳକଙ୍କ ଅଭାବ ଯୋଗୁଁ ଅକ୍ସିଜେନ ଯୋଗାଣରେ ଅନିୟମିତତା ଫଳରେ ଏଭଳି ଘଟିଥିବା ପ୍ରତିକ୍ରିୟା ରଖିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : May 12, 2021, 10:16 AM IST

Updated : May 12, 2021, 10:34 AM IST

ଅକ୍ସିଜେନ ଅଭାବରୁ ଗୋଆରେ 26 ମୃତ: ଯୋଗାଣରେ ଅନିୟମିତତାକୁ ଦୋଷ ଦେଲେ ସରକାର
ଅକ୍ସିଜେନ ଅଭାବରୁ ଗୋଆରେ 26 ମୃତ: ଯୋଗାଣରେ ଅନିୟମିତତାକୁ ଦୋଷ ଦେଲେ ସରକାର

ପାନାଜୀ: କୋରୋନାର କରାଳ କାୟା ମଧ୍ୟରେ ପ୍ରମୁଖ ସମସ୍ୟା ସାଜିଛି ଅକ୍ସିଜେନର ଅଭାବ । ହସ୍ପିଟାଲଗୁଡିକରେ ଅକ୍ସିଜେନ ନ ପାଇ ଅନେକ ରୋଗୀ ଆଖି ବୁଜୁଛନ୍ତି । ଗୋଆ ମେଡିକାଲ କଲେଜର କୋଭିଡ ୱାର୍ଡରେ ମଧ୍ୟ ସମାନ ସ୍ଥିତି ନେଇ 26 ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପୋଖତ ବା ଭଲ ଟ୍ରକ ଚଳାଉଥିବା ଚାଳକଙ୍କ ଅଭାବ ଯୋଗୁଁ ମେଡିକାଲ ଗୁଡିକୁ ଅକ୍ସିଜେନ ଯୋଗାଣରେ ଅନିୟମିତତା ସୃଷ୍ଟି ହେଉଛି । ଯଦ୍ବାରା ଗୋଆ ମେଡିକାଲ କଲେଜରେ 26 ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ଗୋଆ ସରକାର ପ୍ରତିକ୍ରିୟା ରଖିଛନ୍ତି । ଏଥିସହିତ ବମ୍ବେ ହାଇକୋର୍ଟକୁ ଘଟଣାର ଯାଞ୍ଚ କରିବାକୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଗୋଆ ମେଡିକାଲ କଲେଜରେ 26 ଜଣ କୋରୋନା ଆକ୍ରାନ୍ତ ଆଖି ବୁଜିଥିଲେ । ଏହି ଘଟଣାର ଅନୁଧ୍ୟାନ କରି ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରାଣେ କହିଛନ୍ତି, ପ୍ରକୃତରେ ଅକ୍ସିଜେନ ଅଭାବରୁ ରୋଗୀମାନେ ପ୍ରାଣ ହରାଇଛନ୍ତି କି ନାହିଁ ଏନେଇ ତଦନ୍ତ କରିବାକୁ ମୁଁ ହାଇକୋର୍ଟକୁ ଅନୁରୋଧ କରିଛି । ତେବେ ଆମକୁ 1200 ସିଲିଣ୍ଡରର ଆବଶ୍ୟକତା ଥିବାବେଳେ ମଙ୍ଗଳବାର ଆମକୁ କେବଳ 400 ମିଳିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏହି ଘଟଣା ପରେ ଅକ୍ସିଜେନର ବ୍ୟବସ୍ଥିତ ଯୋଗାଣ ପାଇଁ ବୁଧବାର ଚାରିଜଣ ବିଶେଷଜ୍ଞ ଚାଳକ ଓ ଟ୍ରାକ୍ଟର ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2021, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.