ETV Bharat / bharat

ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍କିଜେନ ଅଭାବ, ଆଖି ବୁଜିଲେ 25 ରୋଗୀ - ଅକ୍ସିଜେନ

ରାଜଧାନୀ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଗତ 24 ଘଣ୍ଟାରେ 25ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍କିଜେନ ଅଭାବ
ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍କିଜେନ ଅଭାବ
author img

By

Published : Apr 23, 2021, 10:28 AM IST

ନୂଆଦିଲ୍ଲୀ: ଦେଶକୁ ଯେପରି ସଙ୍କଟ ଘେରି ଯାଇଛି । କୋରୋନା କୋପ କମ ନ ନଥିଲା ଯେ ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଗତ 24 ଘଣ୍ଟାରେ 25ଜଣ ରୋଗୀ ଆଖି ବୁଜିଛନ୍ତି ।

ହସ୍ପିଟାଲର ନିର୍ଦ୍ଦେଶଙ୍କ ସୂଚନା ଅନୁସାରେ ହସ୍ପିଟାଲର ଭେଣ୍ଟିଲେଟର ଓ ବାଇପାପଗୁଡିକ କାମ କରୁନାହିଁ । ତେଣୁ ଅମ୍ଲଜାନର ତୁରନ୍ତ ଆବଶ୍ୟକତା ରହିଛି । ଆଗାମୀ ଦୁଇଘଣ୍ଟା ପାଇଁ ଅକ୍ସିଜେନ ରହିବ । ଅନ୍ୟ 60ଜଣ ରୋଗୀଙ୍କ ଜୀବନ ଉପରେ ବିପଦ ରହିଛି ବୋଲି କହିଛନ୍ତି ମେଡିକାଲ ନିର୍ଦ୍ଦେଶକ । ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ କିଛି ସମୟ ହେବ ସାର ଗଙ୍ଗାରାମ ହସ୍ପଟାଲରେ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି ।

ପ୍ରକାଶ ଥାଉ କି, ପୂର୍ବରୁ ଗୁଜୁରାଟର ଦୁଇଟି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ 10ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ନାସିକ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ ହୋଇ ପ୍ରାୟ ଅଧ ଘଣ୍ଟାଏ ହେବ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ 22ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.