ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି କୋରୋନା ଗ୍ରାଫ । କ୍ରମଶଃ ହ୍ରାସ ପାଇବାରେ ଲାଗିଛି ସଂକ୍ରମଣ । ଗତ 24 ଘଣ୍ଟାରେ 2 ଲକ୍ଷ 40 ହଜାର 842 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତି କିଛି ଦିନର ସଂକ୍ରମଣ ତୁଳନାରେ ଅପେକ୍ଷାକୃତ କମ୍ । ଏହାକୁ ବିଚାର କଲେ ଦେଶରେ ଲକଡାଉନ ଫଳପ୍ରଦ ହେଉଥିବା ଭଳି ମନେହେଉଛି । ସେହିପରି ଗତ 24 ଘଣ୍ଟାରେ 3 ହଜାର 741 ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।
- " class="align-text-top noRightClick twitterSection" data="">
ନୂତନ 2,40,842 ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 65 ଲକ୍ଷ 30 ହଜାର 132କୁ ବୃଦ୍ଧି ପାଇଛି । ସେହିପରି ନୂତନ ମୃତ୍ୟୁସଂଖ୍ୟା ସହ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ 2 ଲକ୍ଷ 99 ହଜାର 266ରେ ପହଞ୍ଚିଛି । ତେବେ ଗତ 24 ଘଣ୍ଟାରେ 3 ଲକ୍ଷ 55 ହଜାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବର୍ତ୍ତମାନ 28 ଲକ୍ଷ 5 ହଜାର 399ଟି ସକ୍ରିୟ ମାମଲା ରହିଛି । ଏଥିସହ ଦେଶରେ ଏଯାବତ୍ 19 କୋଟି 50 ଲକ୍ଷ 4 ହଜାର 184 କୋରୋନା ଟେଷ୍ଟ କରାଯାଇଛି ।
@ANI