ETV Bharat / bharat

ଅମାନୁଷିକ କାଣ୍ଡ, ୨୩ ପାରାଙ୍କୁ ନିର୍ମମ ଭାବରେ ହତ୍ୟା

author img

By ETV Bharat Odisha Team

Published : Sep 11, 2023, 7:00 PM IST

କର୍ଣ୍ଣାଟକରେ ଅଭାବନୀୟ ଘଟଣା । ମାଲିକ ଉପରେ ରାଗ ରଖି ପାଖାପାଖି 23ଟି ପାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ପଢନ୍ତୁ ପୁରା ଖବର..

ମଣିଷର ଅମାନୁଷିକ କାମ, ପୁର୍ବ ଶତ୍ରୁତାରୁ 23 ପାରାଙ୍କ ନେଲା ଜୀବନ

ବେଙ୍ଗାଲୁରୁ: ମାନବିକତା ଭୁଲିଲା ମଣିଷ । କ୍ରୋଧରେ ନୀରିହ ପକ୍ଷୀଙ୍କ ନେଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ ! ମାଲିକଙ୍କ ଉପରେ ରାଗ ରଖି 20ରୁ ଉର୍ଦ୍ଧ୍ୱ ପାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ତେବେ କର୍ଣ୍ଣାଟକର ହୁବୁଳି ସହର ସ୍ଥିତ ୟାଭଗଲ ଅଞ୍ଚଳରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏନେଇ ପାରା ମାଲିକଙ୍କ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗତ ଶନିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଲୋକଲୋଚନକୁ ଆସିଛି ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ହୁବୁଳି ସ୍ଥିତ ୟାଭଗଲ ଅଞ୍ଚଳରେ ବାସ କରୁଥିବା ରାହୁଲ ଡନ୍ଦେଲି ନାମକ ଜଣେ ବ୍ୟକ୍ତି ଦୀର୍ଘ 6 ମାସ ହେଲା କିଛି ପାରା ପାଳିଥିଲେ । ହେଲେ ଶନିବାର ଦିନ ପାଖାପାଖି 23ଟି ପାରା ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ସେ ଘରେ ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ପାରାଗୁଡ଼ିକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି । ପାଖାପାଖି 23ଟି ପାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଥିସହ ପାରାମାନଙ୍କ ବସାଗୁଡ଼ିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତମାନେ ।

ଏହାମଧ୍ୟ ପଢନ୍ତୁ.. ହଜୁଛି ମଣିଷପଣିଆ, ଛେଳିକୁ ଦୁଷ୍କର୍ମ ଅଭିଯୋଗ

ଏନେଇ ହୁବୁଳି ଉପନଗର ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଛି ହୁବୁଳି ଉପନଗର ଥାନା ପୋଲିସ । ସିସିଟିଭି ଫୁଟେଜରେ ରାହୁଲ ନାମକ ଯୁବକ ପାରାମାନଙ୍କ ପାଖକୁ ଯାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଅନ୍ୟ ଗତିବିଧିକୁ ଯାଞ୍ଚ କରି ପୋଲିସ ତଦନ୍ତ ଜାରି ରଖିଛି । କିଏ ଏଭଳି ଅମାନବୀୟ କାଣ୍ଡ ଘଟାଇଲା ତାହା ଅସ୍ପଷ୍ଟ ରହିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଏଭଳି ହୃଦୟହୀନ କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଏଭଳି ଘଟଣା ଘଟିବା ପରେ ମଣିଷପଣିଆ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଣିଷ ସହ ଶତ୍ରୁତା ରଖି ଏଭଳି ନିରୀହ ପକ୍ଷୀମାନଙ୍କୁ ହତ୍ୟା କରାଯିବା ଘଟଣାକୁ ସବୁଠି ନିନ୍ଦା କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପଶୁ ବି ଅସୁରକ୍ଷିତ ! ଛେଳିକୁ ଦୁଷ୍କର୍ମ କରି ଯୁବକ ଅଟକ, ଆଖିବୁଜିଲା ଛେଳି

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.