ETV Bharat / bharat

ରାମଲାଲାଙ୍କ ମନ୍ଦିର ପାଇଁ ଭକ୍ତଙ୍କ ଅକୁଣ୍ଠ ସମର୍ପଣ; 44 ଦିନରେ 21 ଶହ କୋଟି ସଂଗ୍ରହ - ଅଯୋଧ୍ୟା ରାମ ମନ୍ଦିର

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ଶିଳାନ୍ୟାସ ରଖାଯିବା ପରେ ଧିରେ ଧିରେ ଆରମ୍ଭ ହେଉଛି ପ୍ରସ୍ତୁତି। ଏଥିପାଇଁ 44 ଦିନ ଧରି ଆରମ୍ଭ ହୋଇଥିବା ନିଧି ସମର୍ପଣ ଅଭିଯାନ ଶେଷ ହୋଇଛି। ଅଧିକ ପଢନ୍ତୁ...

ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ରଙ୍କ ନିକଟରେ 2100 କୋଟି ଟଙ୍କା ସମର୍ପିତ

author img

By

Published : Mar 1, 2021, 10:38 AM IST

ଲକ୍ଷ୍ନୌ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ 500 ବର୍ଷର ଅପେକ୍ଷା ଆଉ ଉତ୍କଣ୍ଠା। ଯାହା ଆଉ ଅଳ୍ପ ଦିନରେ ପୂରଣ ହେବାକୁ ଯାଉଛି। ଆଉ ଏଥିପାଇଁ ଶ୍ରଦ୍ଧା ସହକାରେ ସମସ୍ତେ ଲାଗିପଡିଛନ୍ତି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରସ୍ତୁତିରେ। ମନରେ ଆସ୍ଥା, ବିଶ୍ବାସ ଓ ସମର୍ପଣ ଭାବ ରଖି ସମସ୍ତ ଭକ୍ତ ପ୍ରଭୁ ରାମଙ୍କ ସେବାରେ ନିଜକୁ ନ୍ୟସ୍ତ କରି ନିଜ ସାମର୍ଥ ହିସାବରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅର୍ଜିତ ନିଜ ପବିତ୍ର ଆୟରୁ କିଛି ସମର୍ପଣ କରିଛନ୍ତି। ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ରାସ୍ତା କଡରେ ଜୀବନ ଅତି ବାହିତ କରୁଥିବା ବ୍ୟକ୍ତି ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ତେବେ ମହାମାରୀ କୋରୋନା ପାଇଁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣରେ ବିଳମ୍ବ ଘଟିଥିବାବେଳେ, ଏବେ ଧିରେ ଧିରେ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଗତ ମକର ସଂକ୍ରାନ୍ତି ଠାରୁ ରାମ ମନ୍ଦିର ପାଇଁ ଆରମ୍ଭ ହୋଇଥିବା ନିଧି ସମର୍ପଣ ଅଭିଯାନ ରବିବାର ଶେଷ ହୋଇଛି। ତେବେ 44 ଦିନ ଧରି ଚାଲିଥିବା ଏହି ଅଭିଯାନରେ 21 ଶହ କୋଟି ଟଙ୍କାର ନିଧି ସମର୍ପଣ ଆଦାୟ ହୋଇଛି। ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟଧକ୍ଷ ଓ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ ଆଡଭୋକେଟ ଆଲୋକ କୁମାର ଏହି ଅଭିଯାନରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି,' ପ୍ରାୟ 10 ଲକ୍ଷ ଗ୍ରୁପରେ 40 ଲକ୍ଷ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ଏହି ଅଭିଯାନକୁ ସଫଳ କରିଛନ୍ତି। ଏହାସହ ପ୍ରାନ୍ତଃ ରାଜ୍ୟ, ଜିଲ୍ଲା, ତହସିଲ ଓ ଗାଁର ଘର ଘର ବୁଲି ସମର୍ପଣ ନିଧି ଆଦାୟ କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦ ଉଦାରତା, ଏକତା, ଶ୍ରଦ୍ଧା ଓ ସମର୍ପଣ ଭାବ ରଖୁଥିବା ହିନ୍ଦୁ ସମାଜର ଏହି ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହା ନିଶ୍ଚିତ ହୋଇଗଲା ଯେ, ଭଗବାନ ରାମଙ୍କ ପାଇଁ ନିର୍ମାଣ ହେଉଥିବା ଏହି ଭବ୍ୟ ମନ୍ଦିର ଏକ ରାଷ୍ଟ୍ର ମନ୍ଦିରର ମଧ୍ୟ ଏକ ପ୍ରତୀକ ହେବ' ।

ନିଧି ସମର୍ପଣ ବିଷୟରେ ଅଭିଯାନର ରାଷ୍ଟ୍ରୀୟ ସଂଯୋଜକ କହିଛନ୍ତିଯେ, 'ମନ୍ଦିର ନିର୍ମାଣ ପାଇଁ ଯେତବେଳେ ଏହି ଅଭିଯାନ ଚାଲିଥିଲା ସେବେ ଆମେ କେବଳ 1100 କୋଟି ଟଙ୍କା ଆଦାୟ ହେବ ବୋଲି ଅନୁମାନ କରୁଥିଲୁ, ହେଲେ ଏତେ ପରିମାଣର ଅର୍ଥ ଯୋଗାଡ ହେବ ବୋଲି କେବେ ଆଶା କରିନଥିଲୁ। ଏବେ ଆଦାୟ ହୋଇଥିବା ଏତେ ପରିମାଣର ଅର୍ଥ ପଛର କାରଣ ହେଉଛି ଲୋକଙ୍କର ପ୍ରଭୁ ମର୍ଯ୍ୟଦା ପୁରୁଷଙ୍କ ପ୍ରତି ଥିବା ଭକ୍ତି ଭାବ' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.