ETV Bharat / bharat

ମହାରାଷ୍ଟ୍ରରେ ଚିନ୍ତା ବଢାଇଲା ଡେଲଟା ପ୍ଲସ ଭାରିଆଣ୍ଟ, 21 ଆକ୍ରାନ୍ତ ଚିହ୍ନଟ - କୋରୋନା ଭାଇରସ

ମହାରାଷ୍ଟ୍ରରେ 21ଟି ଡେଲଟା ପ୍ଲସ ଭାରିଆଣ୍ଟ ଟିହ୍ନଟ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଚିହ୍ନଟ ହେଲେଣି 21  ଡେଲଟା ପ୍ଲସ ଭାରିଆଣ୍ଟ

author img

By

Published : Jun 24, 2021, 11:02 AM IST

ମୁମ୍ବାଇ: କୋରୋନା ଭାଇରସ ପରେ ଏବେ ଚିନ୍ତା ବଢାଇଲାଣି କୋରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ 21 ମାମଲା ସାମ୍ନାକୁ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ସୂଚନା ଦେଇଛନ୍ତି । ଏନେଇ ଗଣମାଧ୍ୟମକୁ ଟୋପ କହିଛନ୍ତି ଯେ, ରାଜ୍ୟର 7ଟି ଜିଲ୍ଲାରେ ଡେଲଟା ପ୍ଲସ ଭାରିଆଣ୍ଟର 21ଟି ମାମଲା ଚିହ୍ନଟ ହୋଇଛି ।

ଯେଉଁ ବ୍ୟକ୍ତି ମାନେ ଚିହ୍ନଟ ହୋଇଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଯଦି ସେମାନେ ଟିକା ନେଇଥିବେ ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଏହି ଭାରିଆଣ୍ଟ ଯୋଗୁଁ କାହାର ମୃତ୍ୟୁ ହୋଇନାହିଁ । କୌଣସି ଶିଶୁ ମଧ୍ୟ ଏଥିରେ ସଂକ୍ରମିତ ହୋଇନାହାନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ 40ଟି ମାମଲା ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ତେବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ତାମିଲନାଡୁରୁ ଏହି ସଂକ୍ରମଣ ମାମଲା ଅଧିକ ସାମ୍ନାକୁ ଆସିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.