ETV Bharat / bharat

କାଠବାକ୍ସରେ 21 ଦିନର ଶିଶୁ କନ୍ୟା, ଅଣ୍ଟାରେ ବନ୍ଧା ହୋଇଥିଲା ଜାତକ - କାଠବାକ୍ସ

କାଠ ବାକ୍ସରେ 21 ଦିନର ଶିଶୁ କନ୍ୟା । ଅଣ୍ଟାରେ ବନ୍ଧା ହୋଇଥିଲା ଜାତକ । ଅଧିକ ପଢନ୍ତୁ...

21-day-old baby girl found in wooden box floating in Ganges
କାଠବାକ୍ସରେ 21 ଦିନର ଶିଶୁ କନ୍ୟା, ଅଣ୍ଟାରେ ବନ୍ଧା ହୋଇଥିଲା ଜାତକ
author img

By

Published : Jun 16, 2021, 12:41 PM IST

ଲକ୍ଷ୍ନୌ: କାଠ ବାକ୍ସରେ ଭାସି ଆସିଲା 21 ଦିନର ଶିଶୁ କନ୍ୟା। କନ୍ୟାର ଅଣ୍ଟାରେ ବନ୍ଧା ହୋଇଥିଲା ଜାତକ। ଆଉ ସେହି ବାକ୍ସରେ ମଧ୍ୟ ଦେବୀ ଦୁର୍ଗାଙ୍କ ସହ ବିଷ୍ଣୁ ଦେବତାଙ୍କ ଫଟୋ ମଧ୍ୟ ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁରରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ,ଗାଜିପୁରର ଦାଦ୍ରି ଘାଟରେ ସୋମବାର ସକାଳେ ଜଣେ ନାଭିକ ଭାସି ଆସୁଥିବା କାଠ ବାକ୍ସରେ ଏକ ଶିଶୁ କନ୍ୟା କାନ୍ଦୁଥିବାର ଶୁଣିଥିଲେ। ସେହି କାଠ ବାକ୍ସକୁ ଧରି ନଦୀ କୂଳକୁ ଆଣିଥିଲେ ନାଭିକ ଗୁଲୁ ।

ଏହା ସହ ଶିଶୁର ଅଣ୍ଟାରେ ତାହାର ଜାତକ ମଧ୍ୟ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁ ଥିରେ ଶିଶୁଟିର ନାମ ଗଙ୍ଗା ବୋଲି ଲେଖା ଯାଇଥିଲା । ବାକ୍ସରେ ଦେବାଦେବୀଙ୍କ ଫଟୋ ଚିତ୍ର ମଧ୍ୟ ରହିଥିଲା । ପରେ ନାଭିକ ଜଣକ ଶିଶୁଟିକୁ ନିଜ ଘରକୁ ନେଇ ଯାଇଥିଲେ । ସେହିଦିନ ସଂନ୍ଧ୍ୟାରେ ଏକ ଦମ୍ପତି ଗୁଲୁଙ୍କ ଘରେ ପହଞ୍ଚି ଥିଲେ । ଆଉ ସେମାନେ ଉଦ୍ଧାର ହୋଇଥିବା ଶିଶୁର ବାପାମାଆ ବୋଲି ଦାବି କରିଥିଲେ । ହେଲେ ଗୁଲୁ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ । ଏନେଇ ଗୁଲୁ ଥାନାରେ ଏକ ମାମଲା ରୁଜୁ କରିବା ସହ ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସେପଟେ ଖୁବ ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.