ETV Bharat / bharat

2024 ଫାଇନାଲ, 2023 ସେମିଫାଇନାଲ; ଜାଣନ୍ତୁ କାହା ପଲ୍ଲା ଭାରି - assembly election prediction

2023ରେ 9ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ 2024 ଲୋକସଭା ନିର୍ବାଚନ ପାଇଁ ସେମି ଫାଇନାଲ ଭାବରେ ବିବେଚନା କରାଯାଉଛି । 2023 ନିର୍ବାଚନ ଫଳାଫଳ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ । ଅଧିକ ପଢନ୍ତୁ

2023 assembly election
2024 ପାଇଁ ସେମିଫାଇନାଲ ବର୍ଷ ହେବ 2023
author img

By

Published : Jan 2, 2023, 6:16 PM IST

ହାଇଦ୍ରାବାଦ: ରାଜନୈତିକ ଦୃଷ୍ଟିକୋଣରୁ ବର୍ଷ 2023 ଗୁରୁତ୍ବପୂର୍ଣ୍ଣ ହେବ । କାରଣ ଚଳିତ ବର୍ଷ ଦେଶର 9ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ରାଜନୈତିକ ଉଷ୍ମତା ବଢିଛି । 2023 ବିଧାନସଭା ନିର୍ବାଚନର ଫଳାଫଳ 2024 ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ । ମୋଟୋମୋଟି ଭାବେ କହିବାକୁ ଗଲେ 2024 ପାଇଁ 2023 ସେମିଫାଇନାଲ ବର୍ଷ ହେବ । ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ବିରୋଧରେ ବିରୋଧୀ ଏକତା ଗଠନରେ ଏବଂ କେନ୍ଦ୍ରରେ କ୍ଷମତା ବଜାୟ ରଖିବା ପାଇଁ ଗେରୁଆ ଦଳର ରଣନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଯଦି କଂଗ୍ରେସ କିଛି ରାଜ୍ୟରେ ବାଜି ମାରିବାରେ ସଫଳ ହୁଏ ତେବେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଛିଡା କରିବାକୁ ଦଳ ଚେଷ୍ଟା କରିବ । ଯଦି ଏହି ନିର୍ବାଚନ ଫଳାଫଳ ଗେରୁଆ ଦଳ ସପକ୍ଷରେ ଯାଏ ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କ ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ଉତ୍ତରାପୂର୍ବାଞ୍ଚଳ ରାଜ୍ୟ ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡରେ ଫେବୃଆରୀ ଓ ମାର୍ଚ୍ଚ 2023ରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ସୁଦ୍ଧା ମିଜୋରାମରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ଜୋରଦାର ଅଭିଯାନ କରିବ । ସେପଟେ ସତ୍ତା ଫେରିବାରୁ କଂଗ୍ରେସର ଭାରତ ଯୋଡ ଯାତ୍ରା ଓ ଜାନୁଆରୀ 26ରୁ ହେବାକୁ ଥିବା ହାତରେ ହାତ ଯୋଡ ଯାତ୍ରା ପ୍ରଭାବ ଆଣିବାର ସମ୍ଭାବନା ରହିଛି ।

ତ୍ରିପୁରା

ତ୍ରିପୁରାରେ ବିଜେପି ଝଡ ଦେଖିବାକୁ ମିଳିଛି । 2018ରେ 35 ଆସନ ଅକ୍ତିଆର କରି ଦୁଇ ଦଶନ୍ଧି ଧରି ରାଜ୍ୟକୁ ଶାସନ କରୁଥିବା ସିପିଆଇ (ଏମ)କୁ ହଟାଇ ବିଜେପି କ୍ଷମତାକୁ ଆସିଥିଲା । ଚଳିତ ବର୍ଷ ଗେରୁଆ ଦଳକୁ ଏକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିପାରେ । କାରଣ ଏଥର ସତ୍ତା ବିରୋଧୀ ଲହର ଦେଖିବାକୁ ମିଳିଛି, ରାଜ୍ୟରେ ଦଳର ସହଯୋଗୀ ଆଦିବାସୀ ସଂଗଠନ ପିପୁଲ ଫ୍ରଣ୍ଟ ଅଫ୍‌ ତ୍ରିପୁରା ସହ ମତଭେଦ ପଦାରେ ପଡ଼ିଛି । ସତ୍ତା ବିରୋଧୀ ଲହରରେ ବିଜେପି କ୍ୟାମ୍ପ୍‌ରେ ଛନକା ପଶିଛି । ଏଣୁ ଏଥର ବିପ୍ଲବ ଦେବଙ୍କ ସ୍ଥାନରେ ମନୀମ ଶାହାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା କରିବା ଏକ ପ୍ରକାର ନିଶ୍ଚିତ ହୋଇଛି ।

ମେଘାଳୟ

ମେଘାଳୟରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ସହିତ ମେଣ୍ଟ କରିବାକୁ ଯୋଜନା କରୁଥିବା ଜଣାପଡୁଛି । ଗତ ମାସରେ ଦୁଇ ଏନପିପି ବିଧାୟକ ବିଜେପିରେ ଯୋଗଦେବା ପରେ ଦୁଇ ସହଯୋଗୀଙ୍କ ମଧ୍ୟରେ ସମସ୍ୟା ଆରମ୍ଭ ହୋଇଥିଲା । 2018 ବିଧାନସଭା ନିର୍ବାଚନରେ କଂଗ୍ରେସ 21 ଟି ଆସନ ପାଇବା ପରେ ଏନପିପି ସହ ମିଳିତ ଭାବେ କେନ୍ଦ୍ରର ଶାସକ ଦଳ ମେଘାଳୟରେ ସରକାର ଗଠନ କରିଥିଲେ ।

ମିଜୋରାମ

ମିଜୋରାମରେ ମିଜୋ ନ୍ୟାସନାଲ ଫଣ୍ଟ (MNF)ର ଜୁନିଅର ପାର୍ଟନର ହେଉଛି ବିଜେପି । ଏମଏମଏଫ ଏଠାରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି । 2018 ବିଧାନସଭା ନିର୍ବାଚନରେ କଂଗ୍ରେସ 5ଟି ଆସନ ଜିତିଥିଲା । କଂଗ୍ରେସ ଏବେ ବି ସତ୍ତା ଫେରିବାକୁ ସଂର୍ଘଷ କରୁଛି ।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ନ ଦେଇ ସମ୍ଭାବ୍ୟ ବିରୋଧୀଦଳର ମୁକାବିଲା କରିବାକୁ ଚେଷ୍ଟା କରୁଛି। ଆଗାମୀ ବିଧାନସଭା ନିର୍ବାଚନରେ ସିଏମ ଶିବରାଜ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ନ କରିବା ନେଇ ଆଲୋଚନା ହେଉଛି । କଂଗ୍ରେସ 2023 ବିଧାନସଭି ନିର୍ବାଚନ ପାଇଁ ଜିଲ୍ଲାସ୍ତରୀୟ ଇସ୍ତାହାର ଜାରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିବ ।

ଛତିଶଗଡ

2018 ବିଧାନସଭା ନିର୍ବାଚନରେ କଂଗ୍ରେସ 68 ଆସନରେ ଜିତିଥିଲା । ବିଜେପି 15ଟି ଆସନରେ ଜିତିଥିଲା । ସର୍ବପୂରାତନ ଦଳ ଏଥର ବି କ୍ଷମତା ବଜାୟ ରଖିବାକୁ ଆଶା ରଖିଥିବା ବେଳେ ବିଜେପି ତାର ସ୍ଥିତିକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି ।

କର୍ଣ୍ଣାଟକ

କର୍ଣ୍ଣାଟକରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଯାଉଛି । ଏକମାତ୍ର ଦକ୍ଷିଣ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ଏହା ପୂର୍ବରୁ ଦଳକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରିବାକୁ ପଡିବ । କର୍ଣ୍ଣାଟକରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ମଧ୍ୟ ଏହାର ରାଜ୍ୟ ସଭାପତି ଡି.କେ ଶିବକୁମାର ଏବଂ କର୍ଣ୍ଣାଟକ ବିଧାନସଭା ବିରୋଧୀ ଦଳର ନେତା ସିଦ୍ଧରମିୟାଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛି।

ନାଗାଲାଣ୍ଡ

ଯଦିଓ ନାଗାଲାଣ୍ଡରେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଏନଡିପିପି) ସହିତ ବିଜେପିର ମିଳିତ ସହଯୋଗ ରହିଛି ତେବେବି ନାଗାଲାଣ୍ଡରେ 7ଟି ଜନଜାତିର ଦାବି ହେଉଛି ସୀମାନ୍ତ ନାଗାଲାଣ୍ଡରେ ପୃଥକ ରାଜ୍ୟ ଗଠନ ଏବଂ ଏହି ପ୍ରସଙ୍ଗରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ମନ୍ତବ୍ୟ । ନାଗାଲାଣ୍ଡର ପୂର୍ବ ଭାଗରେ ରାଜ୍ୟସ୍ତରର ଦାବି ଭୁଲ ନୁହେଁ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।

ଏହା ବି ପଢନ୍ତୁ...Assembly Election 2022: ଗୁଜୁରାଟରେ କମାଲ କଲା ବିଜେପିର ହିନ୍ଦୁତ୍ବ ଆଦର୍ଶ ! ହିମାଚଳରେ ମାରିଲା ଫେଲ୍‌

ରାଜସ୍ଥାନ

କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ରାଜସ୍ଥାନରେ ଏକ କଠିନ ମୁକାବିଲା ହେବାକୁ ଯାଉଛି କାରଣ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଦଳର ସହକର୍ମୀ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ସହ ମୁକାବିଲା କରିବାକୁ ପଡିବ। ଗତ ବର୍ଷ ଗେହଲଟଙ୍କ ପ୍ରତି ବିଶ୍ବସ୍ତ ବିଧାୟକମାନେ ହାଇକମାଣ୍ଡଙ୍କ ଉପରରେ ନିରାଶ ହୋଇ ବିଧାନସଭା ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। ଫଳରେ ଗେହଲଟଙ୍କୁ ଶେଷରେ ଦଳର ସଭାପତି ପଦବୀ ପାଇଁ ଦୌଡ଼ରୁ ଓହରିଯିବାକୁ ପଡିଥିଲା । ବିଜେପି ଗେହଲଟ୍-ପାଇଲଟ ଗଡକୁ ଅକ୍ତିଆର କରିବାକୁ କୌଣସି ଢିଲା କରିବ ନାହିଁ । ରାଜସ୍ଥାନରେ ରାହୁଲଙ୍କର ଭାରତ ଯୋଡ ଯାତ୍ରା ଭୋଟରଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।

ତେଲେଙ୍ଗାନା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କର ତେଲେଙ୍ଗାନା ରାଷ୍ଟ୍ର ସମିତି ଯାହା ନିକଟରେ ନବୀକରଣ ହୋଇ ଭାରତ ରାଷ୍ଟ୍ର ସମିତି (ବିଆରଏସ) ହୋଇଥିଲା । ରାଜ୍ୟ ପ୍ରତ୍ୟକ୍ଷ ପ୍ରତିଯୋଗିତାର ସାକ୍ଷୀ ହେବାର ସମ୍ଭାବନା ରହିଛି । ନିକଟରେ ସଦ୍ୟ ସମାପ୍ତ ମୁନୁଗୌଡ ଉପନିର୍ବାଚନରେ ଶାସକ ଦଳ ବିଆରଏସ ବିଜେପିକୁ 10 ହଜାର ଭୋଟରେ ପରାସ୍ତ କରିଛି । ଲୋକସଭା ନିର୍ବାଚନରେ ଜାତୀୟ ଭୂମିକା ତୁଲାଇବାକୁ ଚାହୁଁଥିବା ବିଆରଏସ ତେଲେଙ୍ଗାନାରେ କ୍ଷମତା ବଜାୟ ରଖିବାକୁ କଳବଳ କୌଶଳ ଲଗାଇବ ।

9 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବଢିଛି । 2023 ବର୍ଷ 25 ପାଇଁ ସେମିଫାଇନାଲ ବର୍ଷ ହେବ । 2024 ସାଧାରଣ ନିର୍ବାଚନକୁ ଦୁଷ୍ଟିରେ ରଖି 2023ରେ ବିରୋଧୀଙ୍କ ଅଙ୍କକଷା କେତେ ଦୂର ସଫଳ ହେବ କାହା ଖୁବ ଶୀଘ୍ର ପ୍ରମାଣିତ ହେବ ବୋଲି ଆଲୋଚନା ହେଉଛି । 9 ରାଜ୍ୟରେ ବିଧାନସଭା ନିର୍ବାଚନ ବ୍ୟତୀତ ଜମ୍ମୁ କାଶ୍ମୀରର ମଧ୍ୟ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଜମ୍ମୁ କାଶ୍ମୀରରେ ଥଣ୍ଡା ପ୍ରଭାବ କମିଲେ ବିଧାନସଭି ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.