ETV Bharat / bharat

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ଯୋଗୀଙ୍କୁ ଗୁରୁମନ୍ତ୍ର ଦେଲେ ଶାହ - ବିଜେପି ରାଷ୍ଟ୍ରିୟ ଅଧ୍ଯକ୍ଷ୍ୟ ଜେପି ନଡ୍ଡା

ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଅଧିକ ପଢନ୍ତୁ..

2022 UP polls: Amit Shah meets Nadda, Yogi Adityanath in Delhi
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ଯୋଗୀଙ୍କୁ ଗୁରୁମନ୍ତ୍ର ଦେଲେ ଶାହା
author img

By

Published : Aug 20, 2021, 9:19 AM IST

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏନେଇ ବିଜେପି ଗଡ ରକ୍ଷା କରିବା ପାଇଁ ଏବେଠୁ ଆରମ୍ଭ କଲାଣୀ ରଣନୀତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଶାହଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବନତନ୍ତ ଦେବ ସିଂ, ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ, ଦଳର ରାଜ୍ୟ ୟୁନିଟ୍ ସମ୍ପାଦକ ସୁନୀଲ ବନସାଲ ମଧ୍ୟ ଉପସ୍ଥିତ ରହିଥିଲେ।

ଆୟୋଜିତ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା । ଅଗଷ୍ଟ 23ରୁ ଆରମ୍ଭ ହେବାକୁ ଥିବା ଦଳର ବୁଥ ବିଜୟ ସଙ୍କଳ୍ପ କାର୍ଯ୍ୟକ୍ରମକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି ଉତ୍ତରପ୍ରଦେଶର ପ୍ରତ୍ୟେକ ବୁଥକୁ ମଜବୁତ କରିବାକୁ ଯୋଜନା କରିଛି। ମତଦାନ ପୂର୍ବରୁ ବରିଷ୍ଠ ରାଜ୍ୟ ନେତାଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକରେ ନିଶାଦ ପାର୍ଟି ସଭାପତି ସଞ୍ଜୟ ନିଶାଦ ମଧ୍ୟ ଉତ୍ତରପ୍ରଦେଶରେ ଖାଲି ପଡିଥିବା ଚାରିଟି ଏମଏଲସି ଆସନ ମଧ୍ୟରୁ ଗୋଟିଏକୁ ମନୋନୀତ ହେବାର ସମ୍ଭାବନା ରହିଛି । ଆସନ୍ତା ବିଧାନସଭା ନିର୍ବାଚନରେ ​​ତାଙ୍କ ଦଳର ଅଂଶ ସମ୍ପର୍କରେ ସଞ୍ଜୟ ନିଶାଦ ମଧ୍ୟ ନିଜର ମତ ରଖିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ନିଶାଦ ପାର୍ଟି ଅଧିକ ଆସନ ଦାବି କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.