ETV Bharat / bharat

ପ୍ରିୟଙ୍କାଙ୍କ ବଡ ଘୋଷଣା, ଉତ୍ତରପ୍ରଦେଶରେ ୪୦% ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ

author img

By

Published : Oct 19, 2021, 5:01 PM IST

ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖେଳିବାକୁ ଯାଉଛି ମହିଳା କାର୍ଡ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ନେଇ ମୈଦାନକୁ ଓହ୍ଲାଇବ କଂଗ୍ରେସ । ଅଧିକ ପଢନ୍ତୁ...

ପ୍ରିୟଙ୍କାଙ୍କ ବଡ ଘୋଷଣା, ଉତ୍ତର ପ୍ରଦେଶରେ ୪୦% ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗୋଟିଏ ପକ୍ଷେ ହ୍ୟାଟ୍ରିକ ବିଜୟ ପାଇଁ ବିଜେପି ଅଙ୍କ କଷୁଥିବାବେଳେ ଅନ୍ୟପକ୍ଷେ ବିଜେପିକୁ ମାତ ଦେବାକୁ ନୂଆ ରଣକୌଶଳ ଆପଣାଉଛି କଂଗ୍ରେସ । ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ ଖେଳିବାକୁ ଯାଉଛି ମହିଳା କାର୍ଡ ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ କଂଗ୍ରେସ । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା କହିଛନ୍ତି, ଆବେଦନ ପତ୍ର ମଗାଯାଇଛି । ଆସନ୍ତା ମାସ ୧୫ ଯାଏଁ ଆବେଦନ ଖୋଲା ରହିବ । ୟୁପିରେ ସଂରକ୍ଷଣ ବଢିଲେ ଦେଶ ଆଗକୁ ବଢିବ ବୋଲି କହିଛନ୍ତି ପ୍ରିୟଙ୍କା । କେବଳ ସେତିକି ନୁହେଁ, 'ମୁଁ ଝିଅ, ମୁଁ ଲଢିପାରିବି' ବୋଲି ନୂଆ ନିର୍ବାଚନୀ ନାରା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ନିଆଁରେ ପୋଡି ମାରିଦିଆଯାଇଥିବା ଝିଅ ପାଇଁ ଏହି ୪୦ ପ୍ରତିଶତ ଟିକେଟର ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ହାଥରସର ସେହି ଝିଅ ପାଇଁ ଯାହାକୁ ଆଜି ଯାଏଁ ନ୍ୟାୟ ମିଳିପାରିନାହିଁ । ଏହା ୟୁପିର ପ୍ରତ୍ୟେକ ଝିଅଙ୍କ ପାଇଁ ଯେଉଁ ମାନେ ଉତ୍ତରପ୍ରଦେଶକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ।

ସେପଟେ ଲଖିମପୁର ଖେରୀ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପ୍ରିୟଙ୍କା ଗାନ୍ଧୀ । କ୍ଷମତା ନାଁରେ ଖୋଲାଖୋଲି ଲୋକଙ୍କ ଉପରେ ଗାଡି ଚଢାଇ ଦିଆଯାଉଛି । ଆଜି ଘୃଣାର ବାତାବରଣ । ମହିଳା ହିଁ ଏହାକୁ ପରିବର୍ତ୍ତନ କରିପାରିବେ ବୋଲି ଜୋର୍‌ ଦେଇ ପ୍ରିୟଙ୍କା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.