ETV Bharat / bharat

Mann Ki Baat: ବିକାଶର ଗାଥା ଗାଇଲା ବର୍ଷ 2022, ପ୍ରତି କ୍ଷେତ୍ରରେ ଦମ୍‌ ଦେଖାଇଲା ଭାରତ - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ( mann ki baat ) 96ତମ ସଂସ୍କରଣରକୁ ସମ୍ବୋଧନ କରି ଦେଶବାସୀଙ୍କୁ ବର୍ଷ ତମାମ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm modi on 2022 last mann ki baat
mann ki baat
author img

By

Published : Dec 25, 2022, 1:24 PM IST

ନୂଆଦିଲ୍ଲୀ: ବର୍ଷ 2022ର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର 96ତମ ସଂସ୍କରଣରକୁ ସମ୍ବୋଧନ କରି ଦେଶବାସୀଙ୍କୁ ବର୍ଷ ତମାମ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । 2022ର ସଫଳତା ଓ କାର୍ଯ୍ୟକ୍ରମ, କ୍ରୀଡା ଓ ପ୍ରତିରକ୍ଷା କ୍ଷେତ୍ରରେ ସଫଳତା ନେଇ ସୂଚନା ଦେବା ସହ ଜି-20 ଆୟୋଜନ ଅଧିକାର ମିଳିବା ବଡ ଆହ୍ବାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2022ରେ ସଫଳତାର ଶିଖର ଛୁଇଁଛି ଭାରତ...

2022ରେ ଅନେକ ଘଟଣା ପ୍ରେରଣାପୂର୍ଣ୍ଣ ରହିଛି । ଉତ୍ଥାନ ପତନ ଦେଇ ଗତି କରିଛି ଦେଶ । ଏହି ବର୍ଷ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳିବା ସ୍ବାଧୀନତାର 75 ବର୍ଷ ପୂରଣ କରିଛି । ଏହି ବର୍ଷ ସଫଳତାର ଶିଖର ଛୁଇଁଛି ଦେଶ । ସମସ୍ତ ଦେଶବାସୀ ଆଗକୁ ବଢି କାର୍ଯ୍ୟ କରିଛନ୍ତି । 2022ରେ ବିଭିନ୍ନ ସଫଳତା ଆଜି ସମଗ୍ର ବିଶ୍ବରେ ଭାରତ ପାଇଁ ବିଶେଷ ସ୍ଥାନ ତିଆରି କରିଛି । ଭାରତ 2022ରେ ସବୁଠୁ ବଡ ପଞ୍ଚମ ଅର୍ଥବ୍ୟବସ୍ଥାର ସଫଳତା ହାସଲ କରିଛି । 220 କୋଟି ଭ୍ୟାକ୍ସିନର ଅବିଶ୍ବସନୀୟ ଅଙ୍କ ଛୁଇଁଛି । ଆତ୍ମନିର୍ଭର ଭାରତର ସଂକଳ୍ପ ଆପଣେଇ ଆଇଏନଏସ ବିକ୍ରାନ୍ତର ସ୍ବାଗତ କରିଛି । ସ୍ପେସ, ଡ୍ରୋନ ଓ ଡିଫେନ୍ସ ସେକ୍ଟରରେ ଆଗକୁ ବଢିଛି ଭାରତ । ସବୁ କ୍ଷେତ୍ରରେ ଶିଖର ଛୁଇଁଛି ଭାରତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2022 ଅଧିକ ସ୍ବତନ୍ତ୍ର...

ଆଉ ଏକ କାରଣ ପାଇଁ 2022 ସବୁବେଳେ ମନେ ରହିବ । ତାହା ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନାର ବିସ୍ତାର । ଦେଶବାସୀ ଏକତା ଏବଂ ଏକଜୁଟକୁ ପାଳିବା ପାଇଁ ଅନେକ ଆୟୋଜନମାନ କରାଯାଇଛି । ଗୁଜୁରାଟର ମାଧବପୁର ମେଳା ହେଉ କି ରୁକ୍ମଣୀ ବିବାହ ସବୁଠି ଏକାତାର ରଙ୍ଗ ଦେଖିବାକୁ ମିଳିଛି । ଏହି ବର୍ଷ 'ହର ଘର ତ୍ରିରଙ୍ଗା' ଅଭିଯାନକୁ ଭୁଲି ହେବ ନାହିଁ । 6 କୋଟିରୁ ଅଧିକ ଲୋକ ତ୍ରିରଙ୍ଗା ସହ ସେଲଫି ପଠାଇଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଆଗାମୀ ବର୍ଷ ଏହି ପରି ପାଳନ ହେବ ଯାହା ଅମୃତକାଳ ମୂଳକୁ ମଜବୁତ କରିବ ।

ଔଷଧ, ଯୋଗ ଓ ଆୟୁର୍ବେଦ ଲାଭଦାୟକ ହୋଇଛି । ମୁମ୍ବାଇର ଟାଟା ମୋମୋରିଆଲ ସେଣ୍ଟର ଗବେଷଣା, ଉଦ୍ଭାବନ ଏବଂ କ୍ୟାନ୍ସର ପ୍ରତିହତରେ ବହୁତ ନାମ କରିଛି । ନିୟମିତ ଯୋଗ କରିବା ଦ୍ବାରା ସନ୍ତ କ୍ୟାନ୍ସରରୁ ମୁକ୍ତି ମିଳିବାର ବାଟ ଖୋଲିଛି । ଭାରତୀୟ ପାରମ୍ପରିକ ଚିକିତ୍ସା ଏହା ପ୍ରଥମ ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମାଆ ଗଙ୍ଗା ଆମ ସଂସ୍କୃତି ପରମ୍ପରାର ଅଙ୍ଗ । ଗଙ୍ଗାକୁ ସ୍ବଚ୍ଛ ରଖିବା ସମସ୍ତଙ୍କ କର୍ତ୍ତବ୍ୟ । 8 ବର୍ଷ ପୂର୍ବରୁ 'ନମାମି ଗଙ୍ଗା' ଅଭିଯାନର ଆରମ୍ଭ କରିଥିଲୁ । ଜାତିସଂଘ ଏହି ମିଶନକୁ ଇକୋସିଷ୍ଟମ ରିଷ୍ଟୋର କରିବା ଭଳି ଟପ 10ରେ ସାମିଲ କରିଛି । ସମଗ୍ର ବିଶ୍ବରେ 160 ଏହି ପରି ପଦକ୍ଷେପ ନମାମି ଗଙ୍ଗାକୁ ସମ୍ମାନ ମିଳିଛି ।

ଏହା ବି ପଢନ୍ତୁ...Veer Bal Diwas: ସୋମବାର ଦେଶ ପାଳିବ ବୀର ବଲ ଦିବସ, ଯୋଗ ଦେବେ ମୋଦି

ବଡଦିନ ଶୁଭେଚ୍ଛା ଦେଲେ ବାଜପେୟୀଙ୍କୁ ମନେ ପକାଇଲେ...

ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇବା ସହ ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଜଣେ ମହାନ ରାଜନେତା ଯିଏକି ଦେଶକୁ ଅସାଧାରଣ ନେତୃତ୍ବ ଦେଇଥିଲେ । ସବୁ ଭାରତୀୟଙ୍କ ହୃଦୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.