ETV Bharat / bharat

ଶିବସେନା ନିର୍ବାଚନୀ ଚିହ୍ନ ହାତେଇବା ପାଇଁ ହୋଇଛି 2000 କୋଟିର ଡିଲ୍‌ ! - ମହାରାଷ୍ଟ୍ର ରାଜନୀତି

ଶିବସେନା ନିର୍ବାଚନୀ ଚିହ୍ନ ହାତେଇବା ପାଇଁ ହୋଇ 2 ହଜାର କୋଟିର ଡିଲ୍‌ ହୋଇଥିବା ସଞ୍ଜୟ ରାଉତଙ୍କ ଅଭିଯୋଗ । କହିଲେ ଶୀଘ୍ର ପ୍ରମାଣ ସହ ହେବ ଖୁଲାସା । ଗତକାଲି ନିର୍ବାଚନ ଆୟୋଗକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଥିଲେ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ

ଶିବସେନା ନିର୍ବାଚନୀ ଚିହ୍ନ ହାଇଇବା ପାଇଁ ହୋଇ 2 ହଜାର କୋଟିର ଡିଲ୍‌

author img

By

Published : Feb 19, 2023, 4:28 PM IST

ମୁମ୍ବାଇ: ଏକାନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନିର୍ବାଚନୀ ଚିହ୍ନ ଓ ନାମ ମିଳିବା ପରେ ପୁଣି ଥରେ ମହାରାଷ୍ଟ୍ର ରାଜନୀତି ଉଷ୍ମ ହେବାରେ ଲାଗିଛି । ଗତକାଲି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର କହିଥିବା ବେଳେ ଆଜି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଚିହ୍ନ ପାଇଁ 2 ହଜାର କୋଟିର ଡିଲ ହୋଇଥିବା କଥା ଅଭିଯୋଗ କରିଛନ୍ତି । ଶିବସେନାର ଦଳୀୟ ଚିହ୍ନ ଓ ନାମକୁ ହାତେଇବା ପାଇଁ ଗତ 6 ମାସ ହେବ ଡିଲ ଚାଲିଥିଲା । ଯେଉଁଥିରେ 2 ହଜାର କୋଟି ଟଙ୍କା କାରବାର ହୋଇଛି । ଏହି ତଥ୍ୟ ଶତ ପ୍ରତିଶତ ସତ୍ୟ । ଆଗକୁ ଏହାର ପ୍ରମାଣ ସହ ଖୁଲାସା କରାଯିବା ନେଇ ସଞ୍ଜୟ ଏକ ଟ୍ବିଟରେ କହିଛନ୍ତି ।

  • मुझे यकीन है...
    चुनाव चिन्ह और नाम हासिल करने के लिए अब तक 2000 करोड़ के सौदे और लेन-देन हो चुके हैं...
    यह प्रारंभिक आंकड़ा है और 100 फीसदी सच है..
    जल्द ही कई बातों का खुलासा होगा.. देश के इतिहास में ऐसा कभी नहीं हुआ था.@ECISVEEP @PMOIndia pic.twitter.com/qokcT3LkBC

    — Sanjay Raut (@rautsanjay61) February 19, 2023 " class="align-text-top noRightClick twitterSection" data=" ">

ହିନ୍ଦୀରେ ଟ୍ବିଟ କରି ରାଉତ ଲେଖିଛନ୍ତି,‘‘ ମୁଁ ନିଶ୍ଚିତ ଯେ 2 ହଜାର କୋଟି ଟଙ୍କା କାରବାର ହୋଇଛି । ଏହା ପ୍ରାଥମିକ ଆକଳନ । ଏହା ଶତ ପ୍ରତିଶତ ସତ୍ୟ ମଧ୍ୟ । ଆଗକୁ ଅନେକ କିଛି ପ୍ରମାଣ ସହ ଖୁଲାସା ହେବ । ଯାହା ଦେଶର ଇତିହାସରେ କେବେ ହୋଇନଥିଲା, ତାହା ଏବେ ହେଉଛି ।’’ ସେହିପରି ସେ ଗଣମାଧ୍ୟମରେ ଶିବସେନା ନେତାଙ୍କୁ କିଣା ଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଗତବର୍ଷ ରାଜନୈତିକ ସଙ୍କଟ ମଧ୍ୟରେ ଦଳ ଛାଡିଥିବା 40 ବିଧାୟକଙ୍କୁ ପ୍ରତ୍ୟେକଙ୍କୁ 50 କୋଟି ଦେଇ କିଣାଯାଇଛି ବୋଲି ମଧ୍ୟ ରାଉତ କହିଛନ୍ତି ।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସ୍ଥିତି ସୃଷ୍ଟି ହେବା ପର ଠାରୁ ଦୁଇ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଆସୁଛନ୍ତି । ଦଳୀୟ ଚିହ୍ନ ଓ ନାମ ଦାବି କରି ନିର୍ବାଚନ ଆୟୋଗଙ୍କ ନିକଟରେ ହାଜର ହୋଇଥିଲେ ଉଭୟ ଗୋଷ୍ଠୀ । ପରେ ଉଭୟଙ୍କୁ ଅନ୍ତରୀଣ ଭାବେ ଦୁଇଟି ଚିହ୍ନ ଓ ନାମ ପ୍ରଦାନ କରାଯାଇଥିଲା । ହେଲେ ଗତ ଶୁକ୍ରବାର ନାଟକୀୟ ଢଙ୍ଗରେ ଶିବସେନାର ମୂଳ ନାମ ଓ ନିର୍ବାଚନୀ ଚିହ୍ନ ‘‘ଧନୁ ତୀର’’ ମୁଖ୍ୟମନ୍ତ୍ରୀ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିଥିଲେ ନିର୍ବାଚନ ଆୟୋଗ । ଯାହାକୁ ନେଇ ଉଦ୍ଧବ ଠାକରେ ଗୋଷ୍ଠୀ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଥିଲେ ।

ଶିବସେନାର ଚିହ୍ନ ଚୋରି କରାଯାଇଛି କହିବା ସହ ନିର୍ବାଚନ ଆୟୋଗଙ୍କୁ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର’ ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଯାହା ଦେଶରେ କେବେ ହୋଇନଥିଲା ତାହା ନିର୍ବାଚନ କମିଶନ କରିଛନ୍ତି ବୋଲି ଉଦ୍ଧବ କହିଥିଲେ । ସେହିପରି ସେ ନିର୍ବାଚନୀ ଚିହ୍ନ ଚୋରି କରିଥିବା ଚୋରଙ୍କୁ ଆସନ୍ତା ନିର୍ବାଚନରେ ଉଚିତ ଜବାବ ଦେବାକୁ ସମର୍ଥକଙ୍କୁ ଉଦ୍ଧବ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- ନିର୍ବାଚନ କମିଶନକୁ ପ୍ରଧାନମନ୍ତ୍ରୀଙ୍କ ଚାକର କହିଲେ ଉଦ୍ଧବ ଠାକରେ

ନିଜ ପ୍ରତିଦ୍ବନ୍ଦ୍ବୀ ଗୋଷ୍ଠୀକୁ ଦଳୀୟ ଚିହ୍ନ ଓ ନାମ ମିଳିବା ପରେ ଗତକାଲି (ଶନିବାର) ନିଜ ବାସଭବନ ‘ମାତୋଶ୍ରୀ’ ବାହାରେ ଠାକରେ ପରିବାର ଶକ୍ତି ପ୍ରଦର୍ଶନ କରିଥିଲେ । ଠାକରେ ଗୋଷ୍ଠୀର ହଜାର ହଜାର ସମର୍ଥକ ମାତୋଶ୍ରୀ ବାହାରେ ଏକତ୍ରିତ ହୋଇଥିଲେ । ସମର୍ଥକଙ୍କୁ ସମ୍ବୋଧନ କରି ଉଦ୍ଧବ କହିଥିଲେ, ‘ବର୍ତ୍ତମାନ ଧର୍ଯ୍ୟ ରଖିବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ହେବ । ନିର୍ବାଚନ କମିଶନ ତାଙ୍କ ଦଳର ନାମ ଅନ୍ୟ ଦଳକୁ ପ୍ରଦାନ କରି ଠିକ କରିନାହାନ୍ତି । ଯେଉଁମାନେ ଶିବସେନାର ଦଳୀୟ ଚିହ୍ନକୁ ଚୋରି କରିଛନ୍ତି ସେମାନଙ୍କୁ ନିର୍ବାଚନରେ ଉଚିତ ଜବାବ ଦେବାକୁ ପଡିବ’’ ବୋଲି ଉଦ୍ଧବ ଠାକରେ ସମର୍ଥକଙ୍କୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.