ETV Bharat / bharat

କୋଭିଡ ରୋଗୀଙ୍କ ପାଇଁ ଭୋପାଳ ରେଲୱେର 20 ଆଇସୋଲେସନ କୋଚ

author img

By

Published : Apr 25, 2021, 1:33 PM IST

ମଧ୍ୟପ୍ରଦେଶରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଟ୍ରେନର 20ଟି ବଗିକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କଲା ଭାରତୀୟ ରେଳ ବିଭାଗ । ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ, 20ଟି ବଗିକୁ ବ୍ୟବହାର କରାଯିବ । ଅଧିକ ପଢନ୍ତୁ...

ଭୋପାଳ ରେଲୱେର 20 ଆଇସୋଲେସନ କୋଚ
ଭୋପାଳ ରେଲୱେର 20 ଆଇସୋଲେସନ କୋଚ

ଭୋପାଳ: ମହାମାରୀ କୋରୋନା ଭାଇରସ ସହ ସାରା ଦେଶ ସଂଘର୍ଷ କରୁଛି । ଦ୍ରୃତ ସଂକ୍ରମଣ ଯୋଗୁଁ ଏବେ ହସ୍ପିଟାଲ ମାନଙ୍କରେ କେତେବେଳେ ବେଡ ତ ଆଉ କେତେବେଳେ ଅକ୍ସିଜେନ ଅଭାବ ଖବର ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଚିକିତ୍ସାରେ ଦେଖାଦେଇଥିବା ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଆଗେଇ ଆସିଛି ଭାରତୀୟ ରେଲୱେ ।

ମଧ୍ୟପ୍ରଦେଶରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ଟ୍ରେନର 20ଟି ବଗିକୁ ଆଇସୋଲେସନ ଓ୍ବାର୍ଡରେ ପରିଣତ କଲା ଭାରତୀୟ ରେଳ ବିଭାଗ । ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ, 20ଟି ବଗିକୁ ବ୍ୟବହାର କରାଯିବ । ପଶ୍ଚିମ କେନ୍ଦ୍ରୀୟ ରେଲୱେ ପକ୍ଷରୁ ଭୋପାଳ ରେଳ ଷ୍ଟେସନରେ 20ଟି ଆଇସୋଲେସନ କୋଚକୁ ଆଜିଠାରୁ(ରବିବାର) କାର୍ଯ୍ୟକାରୀ କରାଯାଇଛି ।

ଭାରତୀୟ ରେଳବାଇ ଦ୍ୱାରା ମଧ୍ୟପ୍ରଦେଶର ଭୋପାଳରେ 20ଟି କୋଭିଡ କେୟାର କୋଚର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ 320 ଶଯ୍ୟା ରହିବ। ଏପ୍ରିଲ 25ରୁ ଏହି କୋଚ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ଆରମ୍ଭ କରିବ ବୋଲି ଗତକାଲି(ଶନିବାର) ସକାଳେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏକ ଟ୍ବିଟରେ ସୂଚନା ଦେଇଛନ୍ତି।

ଏନେଇ ପଶ୍ଚିମ କେନ୍ଦ୍ରୀୟ ରେଳବାଇ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଭୋପାଳ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-6ରେ ଏହି କୋଚ ଗୁଡିକୁ ନିୟୋଜିତ କରାଯାଇଛି । ଏସମସ୍ତ କୋଚ ଗୁଡିକୁ କେବଳ ଆଇସୋଲେସନ କୋଚ ଭଳି ବ୍ୟବହାର କରାଯିବ । ହେଲେ ଏଥିରେ ଅକ୍ସିଜେନ ସପୋର୍ଟ ସିଷ୍ଟମ ଦିଆଯାଇ ନାହିଁ । ତେଣୁ କୋଭିଡ ଆକ୍ରାନ୍ତ ଯେଉଁ ରୋଗୀଙ୍କୁ ଅକ୍ସିଜେନ ଜରୁରୀ, ସେମାନଙ୍କୁ ଏହି କୋଚଗୁଡିକରେ ଭର୍ତ୍ତି କରାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.