ETV Bharat / bharat

ପୁଞ୍ଚରେ ଦୁଇ ଆତଙ୍କବାଦୀଙ୍କୁ କାବୁ କଲା ଭାରତୀୟ ସେନାବାହୀନି

author img

By

Published : Dec 27, 2020, 5:48 PM IST

ରବିବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗାଜନାଭି ଦଳର ଦୁଇ ଆତଙ୍କବାଦଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ଅଧିକ ପଢନ୍ତୁ...

ପୁଞ୍ଚରେ ଦୁଇ ଆତଙ୍କବାଦୀ ଗିରଫ
ପୁଞ୍ଚରେ ଦୁଇ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ଯବାନଙ୍କୁ ସଫଳତା । ରବିବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଗାଜନାଭି ଦଳର ଦୁଇ ଆତଙ୍କବାଦଙ୍କୁ ଗିରଫ କରିଛି ସୁରକ୍ଷା ବାହିନୀ । ଏହାସହ ସେମାନଙ୍କଠାରୁ ବ୍ୟାପକ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

ପୁଞ୍ଚ ଜିଲ୍ଲାର ମେହେନ୍ଦରର ଗାଲୁଥା ହାର୍ନି ନିକଟରେ ଥିବା ଏକ ଗାଡିରୁ ବିସ୍ଫୋରକ ସାମଗ୍ରୀ ଜବତ କରି ଅପରେସନ ଆରମ୍ଭ କରିଥିଲା ସେନା । ଏଥିରେ ଗାଜନାଭି ଦଳର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଏକ ବିବୃତ୍ତିରେ ପ୍ରକାଶ କରିଛି ଭାରତୀୟ ସେନା । ଗିରଫ ଆତଙ୍କବାଦୀ ରାଜ ଜିଲ୍ଲାରେ ଏକ ବଡ ବିସ୍ପୋରଣର ଷଡଯନ୍ତ୍ର କରୁଥିବା ଜଣାପଡିଛି ।

ଗିରଫ ଆତଙ୍କବାଦୀ ଦୁଇଜଣ ଜାମ୍ମୁ କାଶ୍ମୀର ଗଜନାଭି ଫୋର୍ସ'ର ହୋଇଥିବା ଅଧିକ ସମ୍ଭାବନା ରହିଛି । ପୁଞ୍ଚ ଅଞ୍ଚଳରେ ସୁରକ୍ଷା ବାହୀନିରେ ଜୋରଦାର ଯାଞ୍ଚ ଜାରି ରହିଛି । ଗତ ଡିସେମ୍ବର 13ରେ ଗାଜନାଭି ଦଳର ଦୁଇଜଣ ଆତଙ୍କବାଦୀ ଏକ ଏନକାଉଣ୍ଟରରେ ନିହତ ହୋଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.