ETV Bharat / bharat

Nowgam Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ - ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୨ ଜଣ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

Nowgam Encounter
Nowgam Encounter
author img

By

Published : Sep 15, 2022, 7:00 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଶ୍ରୀନଗରର ନାଓଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି(Encounter started in Nowgam) । ଏଥିରେ ୨ଜଣ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବାହିନୀ ।

ମୃତ ଆତଙ୍କୀ ଦ୍ବୟ ପୁଲୱାମା ନିବାସୀ ଆଇଜାଜ ରସୁଲ ନାଜର ଏବଂ ସହିଦ ଅହମ୍ମଦ ବୋଲି ଜଣାପଡିଛି । ସେମାନେ AGuH (Ansar Ghazwat-ul-Hind) ଆତଙ୍କୀ ସଂଗଠନ ସହ ଜଡିତ । ଏହି ଆତଙ୍କୀ ସଂଗଠନ ଅଲ-କାଏଦା (Al-Qaeda) ସହିତ ଲିଙ୍କ ରହିଛି ଏବଂ ଏହା ଉପତ୍ୟକାରେ ସକ୍ରିୟ ଥିବା ଜଣାଯାଇଛି । ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ, 40 କେଜି ହେରୋଇନ ଜବତ, 6 ଗିରଫ

କଶ୍ମୀର ADGP କହିଛନ୍ତି ଯେ, ''ନିହତ ହୋଇଥିବା ଦୁଇ ଆତଙ୍କବାଦୀ ପୁଲଓ୍ବାମାରେ ଚଳିତ ମାସ ୨ତାରିଖରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଡିତ । ପଶ୍ଚିମବଙ୍ଗର ମୁନିର୍ ଉଲ୍ ଇସଲାମ ନାମକ ଜଣେ ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ ଏହି ଦୁଇ ଆତଙ୍କବାଦୀ ଜଡିତ ରହିଥିଲେ । ବର୍ତ୍ତମାନ ଏନକାଉଣ୍ଟର ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି'' ।

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି ।

ସେପ୍ଟେମ୍ବର ୧୨ ଓ ୫ ତାରିଖରେରେ ସୋପିଆନରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଥିଲା । ଅଗଷ୍ଟ ୩୧ ତାରିଖରେ ସୋପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ 2 ଜଣ ଆତଙ୍କୀ ନିପାତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.