ETV Bharat / bharat

Encounter In JK: କୁଲଗାମରେ 2 ଆତଙ୍କବାଦୀ ସଫା

author img

By

Published : Jan 10, 2022, 8:29 AM IST

ସୁରକ୍ଷାକର୍ମୀଙ୍କୁ ପୁଣି ଏକ ସଫଳତା । ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ସଫା । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ ।

Encounter In JK : 2 ଆତଙ୍କବାଦୀ ନିହତ
Encounter In JK : 2 ଆତଙ୍କବାଦୀ ନିହତ

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା । ଜମ୍ମୁ କାଶ୍ମୀର କୁଲଗାମର ହାସନପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେଠାରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ କୁଲଗାମର ହାସନପୋରା ଗାଁରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏହି ସମୟରେ ଉଭୟପଟୁ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଜି (ସୋମବାର) ଏହି ଏନକାଉଣ୍ଟର ହୋଇଥିବା ନେଇ ସୂଚନା ଦେଇଛି ସ୍ଥାନୀୟ ପୋଲିସ । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ଅନେକ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ସମେତ ବିପୁଳ ସାମଗ୍ରୀ ଜବତ କରାଯାଇଛି ।

ଏହାପୂର୍ବରୁ ରବିବାର ଦିନ ମଧ୍ୟ କୁଲଗାମର ହାସନପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.