ETV Bharat / bharat

ମଧ୍ୟ ପ୍ରଦେଶ ଓ ବିହାରରେ ଦୁଇ ଉଦ୍ଧାର ଅପରେସନ ବିଫଳ, ହସ୍ପିଟାଲରେ ଉଭୟଙ୍କ ମୃତ୍ୟୁ - ବିହାର ପୋଲରେ ନାବାଳକ ଫସିବା ଘଟଣା

ମଧ୍ୟ ପ୍ରଦେଶ ଓ ବିହାରରେ ଚାଲିଥିବା ଦୁଇଟି ଉଦ୍ଧାର ଅପରେସନ ବିଫଳ । ଉଭୟ ଘଟଣାରେ 12 ବର୍ଷୀୟ ନାବାଳକ ଓ 3 ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ । ଉଭୟ ଘଟଣାରେ ଗତକାଲିଠାରୁ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶ ଓ ବିହାରରେ ଦୁଇ ଉଦ୍ଧାର ଅପରେସନ ବିଫଳ, ହସ୍ପିଟାଲରେ ଉଭୟ ଶିଶୁଙ୍କ ମୃତ୍ୟୁ

author img

By

Published : Jun 8, 2023, 8:38 PM IST

ଭୋପାଲ/ପାଟନା: ମଧ୍ୟ ପ୍ରଦେଶରେ ସେହୋର ଜିଲ୍ଲା ମୁଙ୍ଗାବଲି ଗାଁରେ ଜଣେ 3 ବର୍ଷୀୟା ଶିଶୁକନ୍ୟା ବୋରଓ୍ବେଲ ମଧ୍ୟରେ ଖସି ପଡିବା ଓ ବିହାର ରୋହତାସ ଜିଲ୍ଲାରେ ଏକ ପୋଲ ଖମ୍ବରେ ଜଣେ ମାନସିକ ଭିନ୍ନକ୍ଷମ 12 ବର୍ଷୀୟ ନାବାଳକ ଦୀର୍ଘ ଘଣ୍ଟା ଫସି ରହିବା ଘଟଣା ଗତକାଲି ଠାରୁ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି ରହିଥିଲା । ହେଲେ ଆଜି ଦୁଇଟି ଅପରେସନ ଶେଷ ହୋଇଥିବା ବେଳେ ଉଭୟଙ୍କୁ ଉଦ୍ଧାର କରାଯାଇଛି । ହେଲେ କାହାକୁ ମଧ୍ୟ ବଞ୍ଚାଯାଇ ପାରିନାହିଁ । ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଉଭୟ ମାମଲାରେ ନାବାଳକ ଓ ଶିଶୁକନ୍ୟାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ବିହାର ପୋଲ ରେସ୍କ୍ୟୁ: ବିହାର ରୋହତାସ ଜିଲ୍ଲାରେ ଏକ ପୋଲର ଖମ୍ବ ଓ ଚଟଣା ମଧ୍ୟରେ ଜଣେ 12 ବର୍ଷୀୟ ମାନସିକ ଭିନ୍ନକ୍ଷମ ନାବାଳକ ଫସି ରହିଥିଲା । ଗତକାଲି ଠାରୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ସ୍ଥାନୀୟ ଫାଏର ଟିମ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ଆଜି ଅପରାହ୍ନରେ ପ୍ରାୟ 25 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ନାବାଳକଟିକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରାଯିବା ପରେ ତୁରନ୍ତ ନାବାଳକୁ ସ୍ଥାନୀୟ ସାସାରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସ୍ଥାନୀୟ ଲୋକେ ଓ ସମ୍ପୃକ୍ତ ନାବାଳକଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ନାବାଳକଟି ମାନସିକ ଭିନ୍ନକ୍ଷମ ଓ କୌଣସି କାରଣରୁ ପୋଲ ଉପରେ ଚଢି ଯାଇଥିବା ବେଳେ ଖସିପଡି ଖମ୍ବ ଫାଙ୍କରେ ଫସି ରହିଥିଲା । ତାକୁ ଉଦ୍ଧାର ପରେ ଅକ୍ସିଜେନ ସପୋର୍ଟରେ ହସ୍ପିଟାଲରେ ପଠାଇଥିଲା ଏନଡିଆରଏଫ ଟିମ । ଗତକାଲିଠାରୁ ଏନଡିଆରଏଫ ଓ ସ୍ଥାନୀୟ ଫାୟର ଟିମ୍‌ ଏହି ଅପରେସନ ଜାରି ରଖିଥିଲେ । ଆଜି ଅପରେସନ ଶେଷ ହୋଇଥିଲେ ସୁଦ୍ଧା, ନାବାଳକଙ୍କୁ ବଞ୍ଚାଯାଇ ପାରିନାହିଁ ।

ମଧ୍ୟ ପ୍ରଦେଶ ବୋରଓ୍ବେଲ ଟ୍ରାଜେଡି: ସେହୋର ଜିଲ୍ଲା ମୁଙ୍ଗାବଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଘର ନିକଟରେ ଖୋଳା ଚଲିଥିବା ଏକ ବୋରଓ୍ବେଲରେ ଖସିପଡିଥିଲା ୩ ବର୍ଷୀୟା ଶିଶୁକନ୍ୟା । ପ୍ରାୟ 3ଶହ ଫୁଟ ଗଭୀରରେ ଶିଶୁଟି ଫସି ରହିଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ଉଦ୍ଧାର ଅପରେସନ ପାଇଁ ନିର୍ଦ୍ଦେଶ ଦେବା ସହ ଅପରେସନ ତଦାରଖ ମଧ୍ୟ କରିଥିଲେେ । ତେବେ ତମାମ ପ୍ରୟାସ ପରେ ଶିଶୁଟିକୁ ଆଜି ସଂଧ୍ୟାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା । ସେଠାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.