ETV Bharat / bharat

ପୁଣି କେରଳରେ 2 ଜିକା ଭାଇରସ ଚିହ୍ନଟ, 23କୁ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ପୁଣି କେରଳରେ ଦୁଇ ଜଣଙ୍କ ଠାରେ ଜିକା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇରେ କେରଳରେ ମୋଟ ଜିକା ଭାଇରସ ମାମଲା ସଂଖ୍ୟା 23କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

author img

By

Published : Jul 14, 2021, 1:51 PM IST

ପୁଣି କେରଳରେ 2 ଜିକା ଭାଇରସ ଚିହ୍ନଟ
ପୁଣି କେରଳରେ 2 ଜିକା ଭାଇରସ ଚିହ୍ନଟ

ଥିରୁଅନନ୍ତପୁରମ୍: ପୁଣି କେରଳରେ ଦୁଇ ଜଣଙ୍କ ଠାରେ ଜିକା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇରେ କେରଳରେ ମୋଟ ଜିକା ଭାଇରସ ମାମଲା ସଂଖ୍ୟା 23କୁ ବୃଦ୍ଧି ପାଇଛି ।

ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଏବଂ ଜଣେ 16 ବର୍ଷର ବାଳିକାଙ୍କ ଠାରେ ମଙ୍ଗଳବାର ଏହି ଭାଇରସ ଚିହ୍ନଟ ହୋଇଛି । ତେବେ ଜୁଲାଇ 9 ତାରିଖରେ କେରଳରେ ଜଣେ ଗର୍ଭବତୀ ମହିଳାଙ୍କ ଠାରେ ପ୍ରଥମ ଜିକା ଭାଇରସ ଚିହ୍ନଟ ହୋଇଥିଲା । ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଥିଲା ।

ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)ରେ ମହିଳାଙ୍କ ନମୂନା ପରୀକ୍ଷା କରାଯାଇଥିଲା । ତେବେ ଜିକା ଭାଇରସ ମୁଖ୍ୟତଃ ଏଡିସ୍ ମଶା ଦ୍ବାରା ସଂକ୍ରମଣ ହୁଏ । ଏହି ମଶା ସାଧାରଣତଃ ଦିନରେ କାମୁଡି ଥାଏ । ଏହି ଭାଇରସର ଲକ୍ଷଣ ଗୁଡିକ ହେଲା ଜ୍ବର, କୁଣ୍ଡେଇ ହେବା, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଜିକା ଭାଇରସ ସଂକ୍ରମିତ ହେଲେ ଲୋକଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ହୁଏନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.