ହାଇଦ୍ରାବାଦ: ବିମାନବନ୍ଦରରେ ଦିନକୁ ଦିନ ବଢୁଛି ବେଆଇନ ଚାଲାଣ । ଆଜି ରାଜୀବ ଗାନ୍ଧୀ ବିମାନବନ୍ଦରରୁ 1କୋଟି 15 ଲକ୍ଷ ଟଙ୍କାର ସୁନା ଓ 30,000 ୟୁଏସ ଡଲାର ଜବତ କରିଛି କଷ୍ଟମ ବିଭାଗ ।
ଦୁବାଇରୁ ବିମାନ FZ-8779 ଆସିଥିବା କିଛି ଯାତ୍ରୀଙ୍କୁ ଯାଞ୍ଚ କରିଥିଲା କଷ୍ଟମ ବିଭାଗ । ଏହା ପରେ ସେମାନଙ୍କଠାରୁ 30,000ୟୁଏସ ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । ଭାରତୀୟ ମୁଦ୍ରା ତୁଳନାରେ ଏହାର ମୂଲ୍ୟ 21,48,000 ହେବ । ଏହା ପରେ ଏକ ତାଙ୍କ ଆଉ ଏକ ବ୍ୟାଗର ମିକ୍ସଚର ଗ୍ରାଇଣ୍ଡରରୁ 2.5କେଜିର ସୁନା ଜବତ ହୋଇଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ 1କୋଟି 15ଲକ୍ଷ ହେବ ବୋଲି ଅନୁମାନ କରିଛି କଷ୍ଟମ ବିଭାଗ ।
ଘଟଣାରେ ଯାତ୍ରୀଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରଖିଛି କଷ୍ଟମ ବିଭାଗ । କଷ୍ଟମ ବିଭାଗ ସିଆଇଏସଏଫର ସହାୟତାରେ ବେଆଇନ ସୁନା ଚାଲାଣ ନେଇ ଚୋରା ବିଦେଶୀ ମୁଦ୍ରା କାରବାରର ମାମଲା ରୁଜ୍ଜୁ କରିଛି । ତେବେ ଆଶ୍ଚର୍ଯ୍ୟର ଘଟଣା ଯେ ବେଆଇନ ସାମଗ୍ରୀ ଚାଲାଣ ଏକ ଅପରାଧ । ବିମାନବନ୍ଦରରେ କ଼ଡା ସୁରକ୍ଷା ଭିତରେ ବି ବେଆଇନ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ