ETV Bharat / bharat

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଅଧାରୁ ବିମାନ ବନ୍ଦରକୁ ଫେରିଲା 2 ବିମାନ

ବଡ ଅଘଟଣରୁ ବର୍ତ୍ତିଲା ଏୟାର ଏସିଆର(A320) ଦୁଇଟି ବିମାନ । ଶନିବାର ଦିନ ଦିଲ୍ଲୀରୁ ଶ୍ରୀନଗର ଉଡାଣ ଭରିବା ପରେ ଆକାଶ ମଝିରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ଅଧିକ ପଢନ୍ତୁ

author img

By

Published : Jun 12, 2022, 12:46 PM IST

Air Asia: ଯାନ୍ତ୍ରିକ ତ୍ରୃଟି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରକୁ ଫେରିଲା ଦୁଇଟି ବିମାନ

ନୂଆଦିଲ୍ଲୀ: ବଡ ଅଘଟଣରୁ ବର୍ତ୍ତିଲା ଏୟାର ଏସିଆର(A320) ଦୁଇଟି ବିମାନ । ଶନିବାର ଦିନ ଦିଲ୍ଲୀରୁ ଶ୍ରୀନଗର ଉଡାଣ ଭରିବା ପରେ ଆକାଶ ମଝିରେ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । ପରେ ବିମାନଟି ଯାତ୍ରା ଅଧାରୁ ଦିଲ୍ଲୀ ବିମାନ ବନ୍ଦରକୁ ଫେରିଥିଲା । ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ‘ଦିଲ୍ଲୀ ଶ୍ରୀନଗର ଯିବାକୁ ଥିବା ବିମାନଟି ପୂର୍ବାହ୍ନ ୧୧.୫୫ ମିନିଟ ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ସମସ୍ତ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ହେଲେ ଯାତ୍ରାର କିଛି ସମୟ ପରେ ପାଇଲଟ ଘୋଷଣା କରିଥିଲେ ଯେ ବିମାନରେ କିଛି ଯାନ୍ତ୍ରିକ ତ୍ରୃଟି ଦେଖାଦେଇଛି । ପରେ ବିମାନଟି ଦିଲ୍ଲୀ ବିମାନବନ୍ଦରକୁ ପ୍ରାୟ 1.45 ମିନିଟ ସମୟରେ ଫେରି ଆସିଥିଲା ।

ତେବେ, ଶ୍ରୀନଗର ଯିବାକୁ ଥିବା ଯାତ୍ରୀଙ୍କ ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରିଥିଲେ ଏୟାର ଏସିଆ କର୍ତ୍ତୃପକ୍ଷ କରିଥିଲେ । ହେଲେ ସେହି ବିମାନରେ ମଧ୍ୟ ସମାନ ସମସ୍ୟା ଦେଖାଦେବାରୁ ବିମାନଟି ଦିଲ୍ଲୀକୁ 5.30 ସମୟରେ ଫେରିଥିଲା । ସେପଟେ,ଏୟାର ଏସିଆ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ଯାତ୍ରା ବାତିଲ କରିବା ପାଇଁ କହିଥିଲେ । ବାତିଲ ଯାତ୍ରାର ଟିକେଟ ଅର୍ଥ ରାଶି ଯାତ୍ରୀଙ୍କୁ ଫେରାଇ ଦିଆଯିବ । ନଚେତ ଆସନ୍ତା ୩୦ ଦିନ ମଧ୍ୟରେ ଟିକେଟ କରିବାକୁ କହିଥିଲେ କର୍ତ୍ତୃପକ୍ଷ । ସପଟେ ଏନେଇ ଏୟାର ଏସିଆ ବିମାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ଯାତ୍ରୀଙ୍କର ଯାତ୍ରାରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଆମେ ଦୁଃଖିତ । ଆମର ସମସ୍ତ କାର୍ଯ୍ୟରେ ନିରାପତ୍ତା ପ୍ରତି ଆମେ ଆଗକୁ ପ୍ରତିବଦ୍ଧତାକୁ ନିଶ୍ଚିତ କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.