ETV Bharat / bharat

Statue of Unity ହ୍ରଦ ନିକଟରୁ 194 କୁମ୍ଭୀର ଉଦ୍ଧାର

author img

By

Published : Jul 4, 2021, 8:59 PM IST

ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଥିବା ହ୍ରଦରୁ 194ଟି କୁମ୍ଭୀରକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

Statue of Unity ହ୍ରଦ ନିକଟରୁ 194ଟି କୁମ୍ଭୀର ଉଦ୍ଧାର

ଗାନ୍ଧୀନଗର: ଗୁଜୁରାଟର ନର୍ମଦା ଜିଲ୍ଲାରେ ଥିବା ବିଶ୍ବର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଥିବା ହ୍ରଦରୁ 194ଟି କୁମ୍ଭୀରକୁ ଉଦ୍ଧାର କରାଯାଇଛି । ତେବେ ହ୍ରଦରେ ଡଙ୍ଗା ଚଲାଉଥିବା ନାବିକ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ 2 ବର୍ଷ ମଧ୍ୟରେ ଏହି କୁମ୍ଭୀରଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଛଡାଯାଇଛି ବୋଲି ସୂଚନା ମିଳିଛି ।

182 ଫୁଟ ଉଚ୍ଚତାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିକଟରେ ପଞ୍ଚମୁଲି ହ୍ରଦ ପ୍ରବାହିତ ହେଉଛି । ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ଏକ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଏହି ହ୍ରଦରେ ବହୁ ସଂଖ୍ୟାରେ କୁମ୍ଭୀର ରହିଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 2019-20 ମସିହା ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ 143ଟି କୁମ୍ଭୀରକୁ ଅନ୍ୟତ୍ର ଛଡାଯାଇଥିବାବେଳେ 2020-21 ମଧ୍ୟରେ 51ଟି କୁମ୍ଭୀରକୁ ଗାନ୍ଧୀନଗର ଓ ଗୋଧରାରେ ଥିବା ସଂରକ୍ଷଣ କେନ୍ଦ୍ରରେ ଛଡାଯାଇଛି । ତଥାପି ହ୍ରଦରେ କୁମ୍ଭୀର ଥିବା ସମ୍ପର୍କରେ ଏଠାକାର ଅଧିକାରୀ ସୂଚନା ଦେଇଛନ୍ତି ।

ଏଠାରେ କୁମ୍ଭୀରକୁ ଧରିବା ପାଇଁ ପ୍ରାୟ 60ଟି ଜାଲ ବିଛାଯାଇଛି । ହ୍ରଦରେ ଯେଉଁ ସ୍ଥାନରେ ସିପ୍ଲେନ(ପାଣି ଜାହାଜ) ଚଳାଚଳ ହୁଏ ସେହି ସ୍ଥାନ ସୁରକ୍ଷିତ ବୋଲି ଅଧିକାରୀ କହିଛନ୍ତି । ତେବେ ସୂଚନା ଥାଉ କି 2019 ମସିହାରେ ଗୁଜୁରାଟ ରାଜ୍ୟ ବନ ବିକାଶ ନିଗମ ଏହି ପ୍ରତିମୂର୍ତ୍ତି ନିକଟରେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ସୁବିଧା ଆରମ୍ଭ କରିଥିଲା । ନୌକା ଚାଳନା ଏହି ସ୍ଥାନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସପ୍ତାହ ଓ ଛୁଟି ସମୟରେ ଏଠାରେ ଭିଡ ଜମିଥାଏ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.