ETV Bharat / bharat

ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲା ପୁରୁଣା ପେନସନ ସ୍କିମ୍, 18 ଲକ୍ଷ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Mar 14, 2023, 10:47 PM IST

ମହାରାଷ୍ଟ୍ରରେ ପୁଣି ଜୋର ଧରିଲା ପୁରୁଣା ପେନସନ ଯୋଜନା ଲାଗୁ ଦାବି । ଧର୍ମଘଟରେ ବସିଲେ 18 ଲକ୍ଷ ସରକାରୀ କର୍ମଚାରୀ । ଏକାଧିକ ସେବା ବାଧାପ୍ରାପ୍ତ । ଅଧିକ ପଢନ୍ତୁ

ପୁରୁଣା ପେନସନ ଯୋଜନା ଲାଗୁ ଦାବିରେ 18 ଲକ୍ଷ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମୁମ୍ବାଇ: ମହାରାଷ୍ଟ୍ରରେ ପୁରୁଣା ପେନସନ ଯୋଜନା ଲାଗି କରିବା ଦାବିରେ ପ୍ରାୟ 18 ଲକ୍ଷ ସରକାରୀ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି । ଆଜି (ମଙ୍ଗଳବାର) ଠାରୁ ଦାବି ପୂରଣ ନହେବା ଯାଏ ଏହି କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜାରିରଖିବା ନେଇ ସୂଚନା ଦେଇଛନ୍ତି । ପୁରୁଣା ପେନ୍ସନ୍ ଯୋଜନା (OPS) ର ପୁନକାର୍ଯ୍ୟକାରିତା ପାଇଁ ସେ ଦାବି କରିବା ସହ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା ଧର୍ମଘଟରେ ବିଭିନ୍ନ ସରକାରୀ ବିଭାଗ ମେଡିକାଲ ଓ ପାରାମେଡିକାଲ ଷ୍ଟାଫ, ପରିମଳ କର୍ମଚାରୀ ଏବଂ ଶିକ୍ଷକମାନେ ସାମିଲ ହୋଇଛନ୍ତି ।

ଏହି ଧର୍ମଘଟ ପୂର୍ବରୁ ମଧ୍ୟ ପାଳନ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା । ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନଥିଲେ । ଏବେ ପୁଣି ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ଆରମ୍ଭ କରିଛନ୍ତି । ଏହି ଧର୍ମଘଟରେ ପାରାମେଡିକାଲ ଷ୍ଟାଫ ଏବଂ ଶିକ୍ଷକଙ୍କ ଅଂଶଗ୍ରହଣ ପ୍ରଶାସନର କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏକାଧିକ ବିଭାଗର କର୍ମଚାରୀଙ୍କ ଏକକାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଏକାଧିକ କ୍ଷେତ୍ରରେ ସେବା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ବଢିଛି ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଚାଲିଥିବା ସମୟରେ ଶିକ୍ଷକମାନେ ମଧ୍ୟ ଏହି ଧର୍ମଘଟରେ ଯୋଗ ଦେଇଛନ୍ତି । ସୋମବାର ୟୁନିଅନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇଥିଲେ । ଧର୍ମଘଟ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମୁଖ୍ୟ ଶାସନ ସଚିବ (ସାଧାରଣ ପ୍ରଶାସନ) ଚେତାବନୀ ଦେଇଛନ୍ତି । ଚେତବାନୀ ସତ୍ତ୍ବେ ମଧ୍ୟ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଚାଲୁଥିବା କର୍ମଚାରୀଙ୍କ ଧର୍ମଘଟ ମଧ୍ୟରେ ଅହମ୍ମଦନଗର ଜିଲ୍ଲା ଅଧିକାରୀ ସିଦ୍ଧରମ ସଲିମାଥ ଜରୁରୀ ସେବା ନିୟମିତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ମହାରାଷ୍ଟ୍ର ଜରୁରୀ ସେବା ଅଧିନିୟମ ଅନୁଯାୟୀ ଅଧୀନରେ ଆସୁଥିବା ସରକାରୀ ସେବାଗୁଡିକ ନିରନ୍ତରତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲ, ପାନୀୟ ଜଳ ଯୋଗାଣ, ପରିମଳ ଏବଂ ଶିକ୍ଷା ବ୍ୟବସ୍ଥା ସହ ଯୋଡି ହୋଇ ରିହଥିବା କର୍ମଚାରୀ ଧାରଣା ପ୍ରତ୍ୟାହୃତ କରି ସେବା ସ୍ବାଭାବିକ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି । ଜରୁରୀ ସେବା ବ୍ୟାହତ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଗତକାଲି (ସୋମବାର) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ବିରୋଧ କରୁଥିବା କର୍ମଚାରୀଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ପ୍ୟାନେଲ ଘୋଷଣା କରିଥିଲେ । ଏହି ପ୍ୟାନେଲ ପୁରୁଣା ପେନସନ ଯୋଜନା ପୁନଃ ଲାଗୁ କରିବା ଦିଗରେ ବିଚାର ବିମର୍ଶ କରି ସରକାରଙ୍କୁ ରିପୋର୍ଟ ଦାଖଲ କରିବ । ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସରକାରୀ କର୍ମଚାରୀଙ୍କୁ ଏହି ଧର୍ମଘଟ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ଦାବି ପୂରଣ ନହେବା ଯାଏ ସେମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କର୍ମଚାରୀଙ୍କ ମିଳିତ ସଂଘ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.