ଚଣ୍ଡୀଗଡ: ଭ୍ୟାକ୍ସିନ ଚୋରି । ହରିୟାଣା ଜିଣ୍ଡ ଜିଲ୍ଲା ସିଭିଲ ହସ୍ପିଟାଲର ପିପିସି କେନ୍ଦ୍ରରୁ 1710 ଡୋଜ କୋଭିଡ -19 ଭ୍ୟାକ୍ସିନ ଚୋରି ହୋଇଥିବା ସୂଚନା ମିଳିଛି ।
ଚୋରି ହୋଇଥିବା ସମୁଦାୟ 1710 ଡୋଜ ଭ୍ୟାକ୍ସିନରୁ 1270 ଡୋଜ କୋଭିସିଲ୍ଡ ଓ 440 ଡୋଜ କୋଭ୍ୟାକ୍ସିନ ପିପିସି କେନ୍ଦ୍ରରୁ ଚୋରି ହୋଇଛି । ଏହା ସହିତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।
ଚୋରିର ଭିଡିଓ ଫୁଟେଜ ସଂଗ୍ରହ କରାଯାଇଛି । ଦୁଇଜଣ ଲୋକ ଏହି ଅପରାଧ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
@ANI