ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ବର୍ତ୍ତମାନ କୋଭିଡ ଟିକାକୁ ରାମବାଣ ଭାବରେ ବ୍ୟବହାର କରାଯାଉଛି । ଏହି ମହାମାରୀରୁ ବର୍ତ୍ତିବା ପାଇଁ ଟୀକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଭାରତରେ ମୁଖ୍ୟତଃ କୋଭାକ୍ସିନ, କୋଭିସିଲ୍ଡ ଓ ସ୍ଫୁଟନିକ- ଭି କୋରୋନା ଟିକାର ବହୁଳ ବ୍ୟବହାର ହେଉଛି । ତେବେ ସଥିମଧ୍ୟରେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ୧୭ଟି ଇଉରୋପିଆନ ଦେଶ ସ୍ବୀକୃତି ପ୍ରଦାନ କରିଛନ୍ତି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁଯାୟୀ ପ୍ରସ୍ତୁତ କୋରୋନାର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରାଯାଇଛି । କୋଭିସିଲ଼୍ଡ ଟିକାର ବଜାରୀକରଣ ପାଇଁ ଅନୁମତି ମିଳିନଥିବା ଗୁଜବ ହେଉଥିଲା ।
ଏହାର ଉତ୍ତର ରଖି ସେରମ ସେରମ ଇନଷ୍ଟିଚ୍ୟୁଟର ମାଲିକ ତଥା ଏହାର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, "କୋଭିସିଲ୍ଡର ବଜାରୀକରଣ ପାଇଁ କାହାକୁ କୌଣସି ଆବେଦନ କରାଯାଇ ନାହିଁ । ଇଉରୋପିଆନ ୟୁନିଅନରେ ସାମିଲ ଥିବା ୨୭ଟି ଦେଶ ମଧ୍ୟରେ ୧୭ଟି ଦେଶ ଓ ନ୍ୟୁଜିଲଣ୍ଡ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି । ନିକଟରେ ଇଉରୋପିଆନ ୟୁନିଅନରେ ସାମିଲ ଥିବା ଫ୍ରାନ୍ସ କୋଭିସିଲ୍ଡ ଟିକାର ବ୍ୟବହାରକୁ ଅନୁମତି ଦେଇଛି ।
ଧିରେଧିରେ ଇଉରୋପିଆନ ଦେଶ ଗୁଡ଼ିକ କୋଭିସିଲ୍ଡକୁ ଆପଣାଇବା ଆରମ୍ଭ କରିଛନ୍ତି । ଯେଉଁ ଦେଶମାନେ ଏହାର ବ୍ୟବହାରକୁ ଅନୁମତି ଦେଇଛନ୍ତି ସେମାନଙ୍କ ନିକଟକୁ କୌଣସି ଆବେଦନ କରାଯାଇନାହିଁ । କିନ୍ତୁ ଇଟାଲୀ ଭଳି କେତେକ ଦେଶ ବର୍ତ୍ତମାନ ସୁଦ୍ଧା କୋଭିସିଲ୍ଡ ବ୍ୟବହାରକୁ ଅନୁମତି ଦେଇ ନାହାନ୍ତି । ଇଉରୋପ ଓ ଆମେରିକା ଥିବା କେତେକ ଦେଶକୁ ବୁଝିବା ଦରକାର ଯେ, ମହାମାରୀର ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିସିଲ୍ଡ ବ୍ୟବହାରକୁ ଅନୁମତି ଦେଇଛନ୍ତି । ଭଲ କ୍ବାଲିଟିରେ ଟିକା ପ୍ରସ୍ତୁତ ହୋଇଥିବାରୁ ହିଁ ଏହାର ବ୍ୟବହାରକୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୋଲି କହିଛନ୍ତି ଆଦାର ପୁନାୱାଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ